ଆଜି ପବିତ୍ର ଶ୍ରୀ ପଞ୍ଚମୀ । ବିଦ୍ୟାଦାତ୍ରୀ ମାଆ ବାଗଦେବୀଙ୍କ ପୂଜାର୍ଚ୍ଚନା । ଶ୍ରୀ ପଞ୍ଚମୀରେ ମାଆଙ୍କର ସ୍ୱତନ୍ତ୍ର ନୀତିକାନ୍ତି । ଓଡ଼ିଶାର ଗୋଟିଏ ସ୍ଥାନ ଉଦଳାରେ ମାଆ ସରସ୍ବତୀଙ୍କ ମନ୍ଦିର ରହିଛି । ଯେଉଁଠି ମାଆ ସରସ୍ବତୀ ସବୁଦିନ ପୂଜା ପାଇଥାନ୍ତି ।
ଆଜି ଭୋରୁ ମନ୍ଦିର ଖୋଲାଯାଇ ସ୍ବତନ୍ତ୍ରୀ ନୀତିକାନ୍ତି ପରେ ମାଆଙ୍କ ମଙ୍ଗଳ ଆଳତି କରାଯାଇଛି । ପୂଜା ନୀତି ସରିବା ପରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ସକାଳୁ ଶ୍ରଦ୍ଧାଳୁ ମାନେ ଆସି ମାଆଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ।
