ବୁଧବାର ଶ୍ରୀମନ୍ଦିରରେ ବିଜୟାଦଶମୀ ତଥା ଦଶହରା ପର୍ବ । ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ବଲ୍ଲଭ ମଠ ସ୍ଥିତ ମହାଖଳାକୁ ବିଜେ ହେବେ । ରଥରେ ଦୁର୍ଗାମାଧବ ବିଜେ ହେବେ । ଦଶହରା ନୀତି ସାରି ସୁନା ବେଶ ଅନୁଷ୍ଠିତ ହେବ । ଶ୍ରୀମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଦଶହରା ପଦା ତଥା ଶ୍ରୀଜଗନ୍ନାଥ ଠାକୁରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରଦ୍ଧାଳୁମାନେ ଦଶହରାରେ ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ ଦର୍ଶନ ସହ ଦଶହରା ନୀତି ଦେଖିବାର ସୌଭାଗ୍ୟ ଲଭିବେ ।
ସେହିଭଳି ଆସନ୍ତା ୨୨ ତାରିଖ ଗୁରୁବାର ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ପାଳନ ଅବସରରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ଏଥିସହ ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ । କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ । ପଦ୍ମ ପୁରାଣ ଅନୁସାରେ ଏହି ମାସରେ ଶ୍ରୀବିଷ୍ଣୁ ହେଉଛନ୍ତି ଦାମୋଦର । ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୁଣ୍ୟ ମାସ । ରାଧାଙ୍କ ସହ ଶ୍ରୀକୃଷ୍ଣ ତଥା ମାଧବଙ୍କ ଉପାସନା ସର୍ବାଦୃତ । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତି କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି।

