Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

Sanchar Live by Sanchar Live
June 23, 2025
in ମନୋରଞ୍ଜନ
0
Oplus_131072

Oplus_131072

0
SHARES
3.5k
VIEWS
Facebook
Twitter

ଜଣାଶୁଣା  ଚଳଚ୍ଚିତ୍ର ତଥା ଥିଏଟର ହାସ୍ୟ ଅଭିନେତା  ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ(ହାଡ଼ୁ)  ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ ଓ ଶରୀରର  ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି  ହୋଇଛି । ଗୁରୁତର ଅବସ୍ଥାରେ ହାଡ଼ୁଙ୍କୁ ସମ୍‌ ହସ୍ପିଟାଲର ଜଳାପୋଡ଼ା(ବର୍ଣ୍ଣ) ୱାର୍ଡ  ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ପୁତୁରା ଆକାଶ  ପଟ୍ଟନାୟକଙ୍କ ସୂଚନା ଅନୁସାରେ, ତାଙ୍କ ଶରୀରର ୨୮% ପୋଡ଼ିଯାଇଛି ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ଆଖି ପତା  ଓ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । କ୍ଷତ ସ୍ଥାନ ଷ୍ଟିଚ୍‌ କରାଯାଇଛି । ତାଙ୍କର ଉଚ୍ଚ  ରକ୍ତଚାପ ଓ ମଧୁମେହ ରହିଛି । ସେଥିପାଇଁ  ସୁସ୍ଥ ହେବାକୁ ୮ରୁ ୧୦ଦିନ ଲାଗିବ ।

Related posts

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

November 4, 2026
୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

November 3, 2026

ଶନିବାର ରାତି ପ୍ରାୟ ୮ଟାରେ ଏହି  ଅଘଟଣ ଘଟିଥିଲା । ୟୁନିଟ-୧ରେ ଥିବା  କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ  ବାରଣ୍ଡାରେ ଯିବାଆସିବା କରୁଥିଲେ । ଚଟାଣରେ ତେଲ ପଡ଼ିଥିବାରୁ ତାଙ୍କ ଗୋଡ଼  ଖସିଯାଇଥିଲା । ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ । ଗ୍ୟାସ୍‌ ବର୍ଣ୍ଣରରେ ତାଙ୍କ ମୁହଁ  ବାଡେଇ ହୋଇଯାଇଥିଲା । ତାଙ୍କୁ ଉଦ୍ଧାର  କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।  ହେଲେ ସେଠାରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ  ଦେଇଥିଲେ ।

ହେଲେ ବାଟ ଦୂର ହେବାରୁ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପାଖରେ ପୁଅ ଆଦର୍ଶ ପଟ୍ଟନାୟକ, ଶାଳକ  ଆଲୋକ ରାୟ ଉପସ୍ଥିତ ଅଛନ୍ତି । ଖବର ପାଇ  ଭୁବନେଶ୍ୱରରେ ଥିବା ତାଙ୍କର ଶୁଭେଚ୍ଛୁ,  ବନ୍ଧୁବାନ୍ଧବ, ଓଡିଆ ଫିଲ୍ମ ଓ ଟିଭି ଜଗତର  ବହୁ କଳାକାର ପହଞ୍ଚି ଆଶୁଆରୋଗ୍ୟ କାମନା  କରିଛନ୍ତି । ସେପଟେ ଆସନ୍ତା ବୁଧବାର  ହାଡ଼ୁ ତାଙ୍କର ୨୫ତମ ବିବାହବାର୍ଷିକୀ  ପାଳନ କରିଥାନ୍ତେ । ସେଥିପାଇଁ ପ୍ରସ୍ତୁତି  କରୁଥିଲେ । ହେଲେ ଏହି ଅଘଟଣ ପାଇଁ  ସେହି ଉତ୍ସବ ସ୍ଥଗିତ ରଖାଯାଇଛି ।

ପ୍ରକାଶ  ଥାଉକି, ସମବାୟ ବିଭାଗରେ କିରାଣୀ  ଭାବରେ କାର୍ଯ୍ୟରତ ହାଡ଼ୁ ୧୯୯୫ରେ  ଦୂରଦର୍ଶନରେ ପ୍ରସାରିତ ‘ଛାନିଆ’  ସିରିଏଲରୁ କ୍ୟାରିଅର ଆରମ୍ଭ କରିଥିଲେ।

Tags: haduollywood

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.