Tuesday, November 3, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

Sanchar Live by Sanchar Live
November 3, 2026
in ମନୋରଞ୍ଜନ
0
Oplus_131072

Oplus_131072

0
SHARES
4
VIEWS
Facebook
Twitter

କଣ ବଲିଉଡକୁ ଟାର୍ଗେଟ୍ କରୁଛି କି ବିଷ୍ଣୋଇ ଗ୍ୟାଙ୍ଗ ? ଜଣକ ପରେ ଜଣେ ଅଭିନେତାଙ୍କୁ ଜୀବନରୁ ମାରି ଦେବାକୁ ଦେଉଛି ଧମକ। ଲୁଚାଛପା ନୁହେଁ ବରଂ ସିଧାସଳଖ ଧମକ ଦେଉଛି ଏହି ଗ୍ୟାଙ୍ଗ । ଟାଇଗରଙ୍କୁ ଆଟାକ୍ ପରେ ଏବେ ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମିଳିଛି ହତ୍ୟା ଧମକ । କେବଳ ଏତିକି ନୁହେଁ ଏହା ସହ ମୋଟା ଅଙ୍କର ଟଙ୍କା ମଧ୍ୟ ଦାବି କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଅଭିନେତାଙ୍କୁ ୫ କୋଟି ଟଙ୍କା ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ତୁଷାର ତୁରନ୍ତ ମୁମ୍ବାଇ ପୁଲିସକୁ ଜଣାଇଥିଲେ । ଏହାପରେ ମାମଲାର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

 

Related posts

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ, ୬୧ ବର୍ଷ ବୟସରେ ପଦ ଥାପିଲେ କିଙ୍ଗ ଖାନ

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ, ୬୧ ବର୍ଷ ବୟସରେ ପଦ ଥାପିଲେ କିଙ୍ଗ ଖାନ

November 2, 2026
ରାବଣଙ୍କୁ ନେଇ ସାଇ ପଲ୍ଲବୀ ଦେଇଥିବା ମନ୍ତବ୍ୟ ବିବାଦରେ….

ରାବଣଙ୍କୁ ନେଇ ସାଇ ପଲ୍ଲବୀ ଦେଇଥିବା ମନ୍ତବ୍ୟ ବିବାଦରେ….

October 29, 2026

ପୁଲିସ ସୂଚନା ଅନୁସାରେ, ଫୋନ୍ କରିଥିବା ବ୍ୟକ୍ତି ନିଜକୁ ହ୍ୟାରି ବକ୍ସର ବୋଲି ପରିଚୟ ଦେଇଥିଲେ । ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସଦସ୍ୟ ବୋଲି ଦାବି କରିବା ସହ ୫ କୋଟି ଟଙ୍କା ମାଗିଥିଲେ । ଏହି ଅଭିଯୋଗ ପରେ ମାମଲାକୁ ଆଣ୍ଟି ଏକ୍ସଟର୍ସନ ସେଲ୍ ଓ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚର ଟେକନିକାଲ୍ ଟିମ୍ ଧମକପୂର୍ଣ୍ଣ ଫୋନ୍ର ଅଡିଓ ରେକର୍ଡିଂ ଯାଞ୍ଚ କରିଥିଲା । ଏହାକୁ ହ୍ୟାରି ବକ୍ସରଙ୍କ ଉପଲବ୍ଧ ଅଫିସିଆଲ୍ ଭଏସ୍ ସାମ୍ପଲ୍ ସହ ମେଳ କରାଯାଇଥିଲା । ହେଲେ ଉଭୟ ସ୍ୱର ମଧ୍ୟରେ କୌଣସି ସମାନତା ମିଳିନଥିବା ପୁଲିସ ସୂଚନାରୁ ଜଣାପଡ଼ିଛି ।

ଏହାପରେ ଫୋନ୍ କରିଥିବା ବ୍ୟକ୍ତି ହ୍ୟାରି ବକ୍ସରଙ୍କ ନାଁ ବ୍ୟବହାର କରି ଅଭିନେତାଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏହା ଏକ ଫେକ୍ କଲ୍ କି ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି, ସେନେଇ ତଦନ୍ତ ଚାଲିଛି । ଏବେ ଧମକପୂର୍ଣ୍ଣ ଫୋନ୍ କରିଥିବା ବ୍ୟକ୍ତିଙ୍କ ପରିଚୟ ଓ ଫୋନ୍ର ଉତ୍ସ ଖୋଜୁଛି ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ । ବିଷ୍ଣୋଇ ଗ୍ୟାଙ୍ଗର ନାଁ ବ୍ୟବହାର କରି ଅଭିନେତାଙ୍କୁ ଭୟଭୀତ କରିବା ପଛରେ କାହାର ହାତ ରହିଛି, ତାହାର ଖୋଳତାଡ଼ ଚାଲିଛି ।

Tags: treattusar kapoor

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ
  • ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଶୋକ
  • ରାଜ୍ୟରେ ‘ମୁରାସୁ’ ବାତ୍ୟାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିନାହିଁ: ମୁଖ୍ୟ ଶାସନ ସଚିବ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.