ସଂଚାର ବ୍ୟୁରୋ: ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ଯ ସରକାର । ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ଶେଷହେବା ପରେ ବଣାଇ, ଆଠଗଡ଼, ପଦମପୁର, ଜୟପୁର, ତାଳଚେର ଓ ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ୨୦୨୨ ବ୍ୟାଚ୍ ଆଇଏଏସ୍ ଅଫିସର ଅକ୍ଷୟ ପିଲାଏଙ୍କୁ ବଣାଇ, ପ୍ରହଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼, ଅରୁଗୁଲା ସ୍ନେହାଙ୍କୁ ପଦମପୁର, ଆକାଭରମ ସାସ୍ୟା ରେଡ୍ଡୀଙ୍କୁ ଜୟପୁର, ସମୀର କୁମାର ଜେନାଙ୍କୁ ତାଳଚେର ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।