ଆଜି ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ଅର୍ପଣ ହେବ ବିଶ୍ବର ସବୁଠୁ ବଡ଼ପାନ । ଏହି ପାନର ଉଚ୍ଚତା ଦେଢ଼ରୁ ଅଢେଇ ଫୁଟ ହେବ । ମହାପ୍ରଭୁଙ୍କ ହଡ଼ପ ନାୟକ ସେବାୟତ ଶ୍ରୀମନ୍ଦିର ଭିତରେ ଅତ୍ୟନ୍ତ ସତର୍କତାର ସହ ଏହି ବିରାଟକାୟ ପାନ ପ୍ରସ୍ତୁତ କରିଥାନ୍ତି । ଏହି ବିଶାଳ ପାନରେ ପ୍ରାୟ ସାତ କଡା ପାନ ବ୍ୟବହୃତ ହୋଇଥାଏ । ପାନକୁ ପାନ ଯୋଡ଼ି ଲବଙ୍ଗ ସଂଯୋଗ କରାଯାଇ ଏହି ବିଶାଳ ପାନ ପ୍ରସ୍ତୁତ ହୋଇଥାଏ ।
ଏହି ପାନରେ ଗୁଆ,ଗୁଜୁରାତି,କର୍ପୁର ,ଚନ୍ଦନ ,କେଶର ଭଳି ସୁବାସିତ ସାମଗ୍ରୀ ମିଶିଥାଏ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସମୟରେ ଏହି ବିରାଟ ପାନ ଅର୍ପଣ କରାଯାଇଥାଏ । ପରମ୍ପରା ଅନୁସାରେ, ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତିରୁ ନିଜ ବାପା ଘରକୁ ଯାଇଥାନ୍ତି । ମକର ସଂକ୍ରାନ୍ତି ପୂର୍ବ ଦିନ ମହାଲକ୍ଷ୍ମୀ ଫୁଲ ମାଳ,ମକର ଚୂଳ ଓ ତାଡ ବେଶ୍ ବିରାଟ ପାନ ଧରି ଆସିଥାନ୍ତି । ମହାପ୍ରଭୁଙ୍କ ରାଗକୁ ଶାନ୍ତି କରିବା ପାଇଁ ନିଜ ସାଥିରେ ଅନେକ ଦ୍ରବ୍ୟ ଆଣିଥାନ୍ତି ମହାଲକ୍ଷ୍ମୀ ।

