ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ପୀଠରେ ଧସେଇ ପଶିଲେ ବିଦେଶୀ ପଯ୍ୟଟକ । ୮/୧୦ ଜଣ ମହିଳା ଓ ପୁରୁଷ ପର୍ଯ୍ୟଟକ ମନ୍ଦିରରେ ପଶି ବେଢା ପରିକ୍ରମା କରିଥିଲେ । ମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ସେମାନଙ୍କୁ ବାହାରକୁ ବିଦା କରିଥିବା ବେଳେ ସେହି ପର୍ଯ୍ୟଟକମାନେ ନିଜକୁ ବୈଷ୍ଣବ ବୋଲି ଦାବି କରିଥିଲେ । ଏହି ଘଟଣା ପରେ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ମଧ୍ୟ ବିଦେଶୀ ପର୍ଯ୍ୟଟକମାନେ ମନ୍ଦିର ଭିତରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ତେଣୁ ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି ।