Thursday, June 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପରବ-୨୦୨୪ରେ ଆଦିବାସୀ ଐତିହ୍ୟ ପାଳନ କଲା ବେଦାନ୍ତ

Sanchar Live by Sanchar Live
December 18, 2024
in ଓଡିଶା
0
ପରବ-୨୦୨୪ରେ ଆଦିବାସୀ ଐତିହ୍ୟ ପାଳନ କଲା ବେଦାନ୍ତ
0
SHARES
19
VIEWS
FacebookTwitter

କୋରାପୁଟ: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪’କୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଗର୍ବର ସହ ସମର୍ଥନ କରିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବାବେଳେ ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ସମୃଦ୍ଧ ସସ୍କୃତି ଉପରେ ଆଲୋକପାତ କରିନଥିଲେ, ବରଂ ଆଦିବାସୀ କଳାକୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନୀ ଷ୍ଟଲ୍ ଉନ୍ମୋଚନ କରିଥିଲେ ।
କଳାହାଣ୍ଡି ଲାଞ୍ଜିଗଡ଼ର ପ୍ରତିଭାବାନ ଆଦିବାସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସଉରା କଳା ଓ ଢୋକ୍ରା ଉତ୍ପାଦ ସମେତ ଆଦିବାସୀ କଳାକୁ ନେଇ ବେଦାନ୍ତ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା । ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଉଦ୍ଦେଶ୍ୟରେ କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ବିଲୁପ୍ତ ହେବାକୁ ବସିଥିବା ଏହି କଳାଗୁଡ଼ିକୁ ପୁନରୁଦ୍ଧାର କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ପରବ ଭଳି ଉତ୍ସବକୁ ସମର୍ଥନ କରିବା କେବଳ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ସାମୂହିକ ସମ୍ପର୍କକୁ ସୁଦୃଢ଼ କରିଥାଏ ଏବଂ ଆମର ବିବିଧ ସାଂସ୍କୃତିକ ପରମ୍ପରା ପ୍ରତି ଗର୍ବ ବଢ଼ାଇଥାଏ । କୋରାପୁଟ ଜିଲ୍ଲାର ବାସିନ୍ଦା ରାଜୁ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରବ ହେଉଛି ଏକ ବାର୍ଷିକ ପର୍ବ ଯାହାକୁ ଆମେ ପ୍ରତିବର୍ଷ ଅପେକ୍ଷା କରିଥାଉ । ସ୍ଥାନୀୟ ସାଂସ୍କୃତିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଆମର ସମୃଦ୍ଧ କଳା ଓ ସଂସ୍କୃତିକୁ ବିଶ୍ୱ ସହ ସେୟାର କରିବା ପାଇଁ ସ୍ଥାନୀୟ ସମୁଦାୟକୁ ଉତ୍ସାହିତ କରିଥିବାରୁ ମୁଁ ବେଦାନ୍ତକୁ ଗଭୀର ପ୍ରଶଂସା କରୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବେଦାନ୍ତ ଏହି ଉତ୍ସବପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହାୟତା ପ୍ରଦାନ କରିଥିଲା, ଯାହା ସ୍ଥାନୀୟ ସମୁଦାୟର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ତୃଣମୂଳ ସ୍ତରର କଳା ଓ ସଂସ୍କୃତିର ସଂରକ୍ଷଣ ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା ।

ଏହି କାର୍ଯ୍ୟକ୍ରମ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଚଜି) ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ଏବଂ ପ୍ରକଳ୍ପଗୁଡ଼ିକୁ ସ୍ୱୀକୃତି ଏବଂ ସମ୍ଭାବ୍ୟ ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ପୂର୍ବରୁ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟର, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୂହିକ ଉତ୍ସବ, ନମଯଜ୍ଞ ଉତ୍ସବ ଏବଂ ଜାମକାଣୀରେ ବାର୍ଷିକ ରଥଯାତ୍ରା ଉତ୍ସବରେ ବାହୁଡ଼ା ଯାତ୍ରାକୁ ସମର୍ଥନ କରିସାରିଛି । ଏହା ପୂର୍ବରୁ ଓଡ଼ିଆ ସଂସ୍କୃତିରେ ଅବଦାନ ପାଇଁ କମ୍ପାନୀ ସମ୍ବଲପୁରୀ ଲୋକକଣ୍ଠଶିଳ୍ପୀ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜିତେନ୍ଦ୍ର ହରିପାଲଙ୍କୁ ମଧ୍ୟ ସମ୍ମାନିତ କରିଥିଲା ।

Tags: odishaVedanta
ShareTweetShareSend
Sanchar Live

Sanchar Live

Next Post
ମୁମ୍ବାଇରେ ବୋଟ ବୁଡ଼ି ୧୩ ଜଣଙ୍କ ମୃତ୍ୟୁ

ମୁମ୍ବାଇରେ ବୋଟ ବୁଡ଼ି ୧୩ ଜଣଙ୍କ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦୀରେ ବସିବା ପରେ ବଦଳିଗଲା ବରର ମନ
  • ଶ୍ରୀମନ୍ଦିରରେ ହେବ ଇ- ହୁଣ୍ଡି ବ୍ୟବସ୍ଥା
  • ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡିଲେ ବିରାଟ
  • ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ?
  • ବିହାରରେ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୩ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.