ଗେଙ୍ଗୁଟି ନଦୀରେ କୁମ୍ଭୀର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗେଙ୍ଗୁଟି ନଦୀର ବାଲିକୁଦା ସେତୁ ନିକଟରେ କୁମ୍ଭୀର ଆତଙ୍କ। ଗତକାଲି ଠାରୁ ନଦୀରେ କୁମ୍ଭୀର ଦେଖାଦେଇଛି । ଦୀର୍ଘ ସମୟ ଧରି କୁମ୍ଭୀରଟି ପାଣିରେ ବୁଡି ପୁଣି ଉପରକୁ ଉଠୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । କୁମ୍ଭୀର ଦେଖାଯିବା ପରେ ଲୋକ ଆତଙ୍କିତ ହୋଇ ପଡିଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନ ବିଭାଗ କର୍ମଚାରୀ । ଲୋକଙ୍କୁ ନଦୀକୁ ନଯିବାକୁ ସତର୍କ କରାଇଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୁମ୍ଭୀରର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଉଛି । ଏଥିସହ ନଦୀକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି । କୁମ୍ଭୀରଟି କେଉଁଠାରୁ ନଦୀକୁ ଆସିଛି ଏବଂ ଏହା ନଦୀର କେଉଁ ଅଞ୍ଚଳରେ ରହିଛି, ସେନେଇ ବନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି । ନଦୀକୁ ଯାଉଥିବା ସମସ୍ତଙ୍କୁ ସତର୍କ ରହିବା ସହ କୁମ୍ଭୀର ଦେଖିଲେ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
