Thursday, October 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ

Sanchar Live by Sanchar Live
May 17, 2025
in ଓଡିଶା
0
ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ
0
SHARES
34
VIEWS
FacebookTwitter

ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ । ଜଗନ୍ନାଥ ମନ୍ଦିର ସହ ସହର ବୁଲି ଭିଡିଓ ବନାଇଥିଲା ପାକ ସ୍ପାଏ ଜ୍ୟୋତି ମଲହୋତ୍ରା। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଭାରତର ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ଏହି ୬ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନେଟୱର୍କ ହରିୟାଣା ଏବଂ ପଞ୍ଜାବ ଯାଏଁ ଲମ୍ବିଛି ।

ଏହି ଗୁପ୍ତଚର ଜ୍ୟୋତି ମଲହୋତ୍ରା ୭ ମାସ ତଳେ ପୁରୀ ଆସିଥିଲା । ପୁରୀ ଆସି ବାହାରୁ ଜଗନ୍ନାଥ ମନ୍ଦିରର ଭିଡିଓ ବନାଇଥିଲା ।  ଏହାସହ ସମୁଦ୍ରକୂଳ ଓ ସହରର ମଧ୍ୟ ଭିଡିଓ କରି ନିଜ ସୋସିଆଲ ମିଡିଆରେ ଛାଡ଼ିଥିଲା। ଅଭିଯୁକ୍ତ ଜ୍ୟୋତି ମଲହୋତ୍ରା ଜଣେ ଟ୍ରାଭେଲ ବ୍ଲଗର ଏବଂ ସେ କମିଶନ ଏଜେଣ୍ଟଙ୍କ ମାଧ୍ୟମରେ ୨୦୨୩ରେ ପାକିସ୍ତାନ ଯାଇଥିଲେ । ଏହି ଯାତ୍ରା ସମୟରେ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ ସଦସ୍ୟ ଏହସାନ ଉର ରହିମ ସହ ତାଙ୍କର ଘନିଷ୍ଠତା ବଢିଥିଲା । ଏହସାନ ଉର ରହିମ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଅନେକ ଇଣ୍ଟେଲିଜେନ୍ସ ଅପରେଟିଭଙ୍କ ସହ ଭେଟ କରାଇଥିଲା । ପରେ ଭାରତର ସମ୍ବେଦନଶୀଳ ସୂଚନା ସବୁ ପାକିସ୍ତାନକୁ ପ୍ରଦାନ କରୁଥିଲେ ଜ୍ୟୋତି । ଏଥିସହ ସୋସିଆଲ ମିଡିଆରେ ପାକିସ୍ତାନର

ସକରାତ୍ମକ ଛବି ବନାଇ ରଖିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ । ସମସ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ତେବେ ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ଏହି ଗିରଫଦାରୀ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି । ଜ୍ୟୋତି ମଲହୋତ୍ରା ପାକିସ୍ତାନ ଗସ୍ତ କରି ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ଭିଡିଓ ପୋଷ୍ଟ କରିଥିଲେ । ପୋଲିସ ଅଧିକାରୀ କହିଛନ୍ତି ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ ବା POI ସହ ନିରନ୍ତର ସମ୍ପର୍କରେ ଥିଲେ ।

ଶତ୍ରୁ ପକ୍ଷକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିଲେ । ଜ୍ୟୋତି ମଲହୋତ୍ରାଙ୍କର ୟୁଟ୍ୟୁବରେ ୩୭୭ ହଜାର ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୧୩୨ ହଜାର ଫଲୋଅର ଅଛନ୍ତି। ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ ସମ୍ପର୍କିତ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ସମସ୍ତଙ୍କୁ ଜେରା କରାଯାଉଛି ଏବଂ ତଥ୍ୟ ଯାଞ୍ଚ କରାଯାଉଛି । ହରିୟାଣାର ମସ୍ତଗଡ଼ ଚିକା ଗାଁର ଆଉ ଜଣେ ବ୍ୟକ୍ତିକୁ ସମାନ ଅପରାଧ ପାଇଁ ଗିରଫ କରାଯାଇଛି । ଏହା ପୂର୍ବରୁ, ପଞ୍ଜାବରେ ଦୁଇ ଜଣଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ଆଇଏସଆଇକୁ ପ୍ରଦାନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

Tags: odishapuri
ShareTweetShareSend
Sanchar Live

Sanchar Live

Next Post
ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଆରମ୍ଭ
  • ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦
  • ସାଉଦି ଆରବରେ ଡ୍ରୋନ୍ ଆକ୍ରମଣ, ଜଣେ ମୃତ
  • ରାଶି ଅନୁସାରେ ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?
  • ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବା ପରେ GRAP-1 କଟକଣା ଲାଗୁ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.