ଓଡ଼ିଶାକୁ ପଶି ଆସିଲେ ଓରାଙ୍ଗଉଟାନ୍। ଜଙ୍ଗଲରେ ବୁଲୁଥିବା ବେଳେ ସେମାନଙ୍କୁ ଦେଖିବାକୁ ପାଇଲେ ସ୍ଥାନୀୟ ଲୋକେ। ଉଦୟପୁର ବନ ବିଭାଗ ପକ୍ଷରୁ ୫ଟି ଓରାଙ୍ଗଉଟାନ୍ ଠାବ । ରଣକୋଠା ବଡ଼ପାହି ଅଞ୍ଚଳରୁ ଠାବ ହୋଇଛନ୍ତି ୫ଟି ଓରାଙ୍ଗଉଟାନ୍ । ଆଜି ସକାଳୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦୟପୁର ବନ ବିଭାଗର ଟିମ୍। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଓରାଙ୍ଗଉଟାନ୍ମାନଙ୍କର ଚିକିତ୍ସା କରୁଛନ୍ତି। ତେବେ ଏହି ଓରାଙ୍ଗଉଟାନ୍ମାନେ କେଉଁଠୁ ଆସିଲେ ଏବଂ କିପରି ଏହି ଅଞ୍ଚଳରେ ପହଞ୍ଚିଲେ, ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି।”
ସ୍ଥାନୀୟ ଲୋକେ ଦେଖିବା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ଜଣାପଡ଼ିଛି। ଭୋଗରାଇ ବିଚିତ୍ରପୁର ଗ୍ରାମ୍ୟ ଜଙ୍ଗଲରେ ୫ ବିଚିତ୍ର ଜୀବ ବୁଲୁଥିଲେ। ଜଙ୍ଗଲ ପାଖ ଲୋକମାନେ ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଜଙ୍ଗଲରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଭୋଗରାଇ ପ୍ରାଣୀଧନ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ସେମାନେ ଓରାଙ୍ଗଉଟାନ ବୋଲି ଅନୁମାନ କରାଯାଉଛି। ଯଦି ଓରାଙ୍ଗଓଟାନ୍ ବୋଲି କନ୍ଫର୍ମ ହୁଏ, ତାହାହେଲେ ସେମାନଙ୍କୁ ଭୁବନେଶ୍ୱର ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍ କହିଛନ୍ତି।”
ମିଳିଥିବା ସୂଚନାରୁ ଅନୁସାରେ, ଭାରତରେ ଓରାଙ୍ଗଓଟାନ୍ ମିଳନ୍ତି ନାହିଁ। ଏପରି ସ୍ଥିତିରେ ବିଚିତ୍ରପୁର ସଂରକ୍ଷିତ ଜଙ୍ଗଲରେ କେମିତି ଓ କେଉଁଠୁ ଆସିଲେ ଓରାଙ୍ଗଉଟାନ୍? ତାହା ଉପରେ ତଦନ୍ତ କରାଯିବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ସେପଟେ ଦେଖିବାକୁ ଗଲେ ସୁବର୍ଣ୍ଣରେଖା ନଦୀର ପଠାରେ ରହିଛି ହେନ୍ତାଳ ବନ। ଏହି ବନକୁ ଲାଗିଛି ବିଚିତ୍ରପୁର ଗ୍ରାମ୍ୟ ଜଙ୍ଗଲ। ଏହି ଜଙ୍ଗଲକୁ ସାଧାରଣତଃ ଲୋକଙ୍କ ଜାତାୟତ କମ ଥାଏ।

