ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚକୁ ଟିମ୍ ଇଣ୍ଡିଆ ୪ ୱିକେଟରେ ଜିତିନେଇଛି । ଏହି ବିଜୟ ପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଭାରତୀୟ ଟିମର ଇନଫର୍ମ ବ୍ୟାଟର ଈଶାନ କିଶନ ପ୍ରଥମ ଟି୨୦ରେ ଆହତ ହୋଇଛନ୍ତି । ଏହି ଆଘାତ ସମସ୍ୟା ଯୋଗୁଁ ପ୍ରଥମ ଟି୨୦ ମ୍ୟାଚରେ ତାଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରାଯାଇଥିଲା । ଏବେ ଆହତ ସମସ୍ୟା ଯୋଗୁଁ ଏବେ ଦ୍ବିତୀୟ ଟି୨୦ରୁ ବାଦ୍ ପଡିଛନ୍ତି ଈଶାନ କିଶନ ।
ଟିମ୍ ଇଣ୍ଡିଆ ବ୍ୟାଟିଂ କୋଚ ସିତାଂଶୁ କୋଟକ ଈଶାନ କିଶନ ବାଦ୍ ପଡ଼ିବା ନେଇ କହିଛନ୍ତି, ଈଶାନଙ୍କୁ ପୂର୍ବରୁ ଗ୍ରୋଇନ ଇନଜୁରୀ ସମସ୍ୟା ଥିଲା, ତେଣୁ ପ୍ରଥମ ଟି୨୦ରେ ୩ ନମ୍ବରରେ ନ ଆସି ୫ ନମ୍ବରରେ ଖେଳିବାକୁ ଆସିଥିଲେ । ତେଣୁ ଦ୍ବିତୀୟ ଟି୨୦ରେ ଈଶାନଙ୍କ ଖେଳିବାକୁ ନେଇ ସନ୍ଦେହ ରହିଥିଲା । ଯଦି ଈଶାନ ନ ଖେଳନ୍ତି, ତେବେ ଦ୍ବିତୀୟଟି୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ।
ଯଦି ଦ୍ବିତୀୟ ଟି୨୦ରେ ବୈଭବ ଖେଳନ୍ତି, ତେବେ ଓପନିଂ କରିବାର ସୁଯୋଗ ମିଳିବ । ଆଉ ସଂଜୁ ୩ ନଂରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ପ୍ରଥମ ମ୍ୟାଚରେ ସଂଜୁ ୬୭ ରନର ଇନିଂସ ଖେଳିଥିଲେ ।
ବୈଭବ ସୂର୍ଯ୍ୟବଂଶୀ ଟି୨୦ କ୍ୟାରିଅରରେ ଏଯାଏଁ ୮ଟି ମ୍ୟାଚ୍ ଖେଳିଛନ୍ତି । ବୈଭବଙ୍କ ଷ୍ଟ୍ରାଇକ ରେଟ୍ ୧୮୬.୩୬ ରହିଥିବା ବେଳେ ୨୪୬ ରନ୍ କରିଛନ୍ତି । ବୈଭବ ୨୨ ଚଉକା ସହିତ ୧୮ ଛକା ମାରିଛନ୍ତି । ବୈଭବ ୨୦୨୬ରେ ଟି୨୦ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ।

