ଦୀପାବଳି ନ ଆସିବା ପୂର୍ବରୁ ଡ୍ରାଇଭର ଏବଂ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ । ଅହମଦାବାଦରେ ସିଏନଜି ଦାମ ପ୍ରତି କିଲୋ ୪.୪୫ ଟଙ୍କା ବଢିଛି । ପାର୍ବଣ ଦିନରେ ଲୋକମାନେ ସପିଂ ଏବଂ ବୁଲାବୁଲି କରିବା ପାଇଁ ପ୍ଲାନ୍ କରୁଥିବା ବେଳେ ପକେଟ ଉପରେ ପ୍ରଭାବ ପଡିଛି ।
ଅଗଷ୍ଟ ୨୦୨୬ରେ କମ୍ପାନୀ ଦାମ୍ ୪ ଟଙ୍କା ପ୍ରତି କିଲୋ ବଢାଇଥିଲା, ଫଳରେ ସିଏନଜି ଦାମ୍ ବଢି ୯୪.୨୦ ଟଙ୍କା ଯାଏଁ ପହଞ୍ଚିଛି । ପୁଣି ଏଥର ୪.୪୫ ଟଙ୍କା ବଢିବା ଯୋଗୁଁ ଦାମ୍ ୯୮.୪୭ ଟଙ୍କାରେ ପହଞ୍ଚିଛି । ଲଗାତାର ଗ୍ୟାସ୍ ବଢିବା ଯୋଗୁଁ ରିକ୍ସା ଚାଳକ ନିରାଶ ହୋଇଛନ୍ତି । ଲଗାତାର ଏହି ଗ୍ୟାସ୍ ଦାମ ବଢିବା ଯୋଗୁଁ ରିକ୍ସା ଚାଳକଙ୍କ ପକେଟ ଉପରେ ପ୍ରଭାବ ପଡୁଛି ।
CNG ଦର ବୃଦ୍ଧିକୁ ନେଇ ATGLର ଜଣେ ମୁଖପାତ୍ର କହିଛନ୍ତି ଯେ, ପ୍ରାକୃତିକ ଗ୍ୟାସ୍ କ୍ରୟ ଖର୍ଚ୍ଚରେ ବଡ଼ ଧରଣର ବୃଦ୍ଧି ଯୋଗୁଁ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଥିଲା । ଘରୋଇ ଗ୍ୟାସର କମ୍ ଉପଲବ୍ଧତା, ଯୋଗାଣରେ ହ୍ରାସ ଏବଂ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ବିଶ୍ୱସ୍ତରରେ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଏହା ଫଳରେ କମ୍ପାନୀର ଗ୍ୟାସ୍ କ୍ରୟ ଖର୍ଚ୍ଚ ବଢ଼ିଯାଇଛି ବୋଲି ATGL ପକ୍ଷରୁ କୁହାଯାଇଛି ।

