ସଂଚାର ବ୍ୟୁରୋ: ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲା । ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଖାରଜ। ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଆବେଦନ ଏଡିଜେ -୨ କୋର୍ଟରେ ଖାରଜ ହୋଇଯାଇଛି I ଓମ୍ର ଓକିଲ କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ | ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ I
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଜ୍ ଜାମିନ ଖାରଜ କରିଥିବା ଜଣାପଡିଛି | ଗଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥ୍ଲା | ହେଲେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେବା ପରେ କୋର୍ଟରେ ଚାର୍ଜସିଟ ଦାଖଲ ବେଳେ ଓମ୍ ନାମରେ ଚାର୍ଜସିଟ ଦାଖଲ କରିନଥିଲା I

