ବିଶ୍ବର ଲୋକପ୍ରିୟ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ୩୦ ଦିନର ପ୍ରତିବନ୍ଧକ ଲଗାଯାଇଛି । ଏହାସହିତ ୨୮୫ ଡଲାର ଜରିମାନା କରାଯାଇଛି । ପର୍ତ୍ତୁଗାଲ ଫୁଟବଲ୍ ଫେଡେରେସନ୍ ଏହି ସୂଚନା ଦେଇଛି। ଜାତୀୟ ଦଳରେ ନିଜ ଭୂମିକାକୁ ନେଇ କୋଚ୍ ଜର୍ଜ ଜେସୁସଙ୍କ ସହ ମତଭେଦ ହେବା ପରେ ରୋନାଲ୍ଡୋଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ପର୍ତ୍ତୁଗାଲ ଫୁଟବଲ୍ ଫେଡେରେସନ୍ ୪୧ ବର୍ଷୀୟ ରୋନାଲ୍ଡୋଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କରିଛି । ଏହାପରେ ତାଙ୍କୁ ୩୦ ଦିନର ପ୍ରତିବନ୍ଧକ ସହ ଜରିମାନା ଲଗାଇଛି । ତେବେ କୋଚ୍ ଜର୍ଜ ଜେସୁସଙ୍କ ଉପରେ ମଧ୍ୟ ରୋନାଲ୍ଡୋ ଦୁଇଥର ପ୍ରତିଶ୍ରୁତି ଭଙ୍ଗ କରିଥିବା ଅଭିଯୋଗ ଆଣିଥିଲେ ।
ନେସନ୍ସ ଲିଗରେ ଡେନମାର୍କ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋନାଲ୍ଡୋ ପର୍ତ୍ତୁଗାଲ ଦଳର କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ । ନରୱେ ବିପକ୍ଷ ମ୍ୟାଚରେ ତାଙ୍କୁ ବଦଳ ଖେଳାଳି ଭାବେ ମଧ୍ୟ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ଦିଆଯାଇନଥିବା ସେ ଅଭିଯୋଗ କରିଥିଲେ ।
ତେବେ କୋଚ୍ ଜର୍ଜ ଜେସୁସ୍ ରୋନାଲ୍ଡୋଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏଥିସହ ଜାତୀୟ ଦଳକୁ ରୋନାଲ୍ଡୋଙ୍କ ଫେରିବା ପାଇଁ ଦ୍ୱାର ଖୋଲା ରହିଛି ବୋଲି କହିଥିଲେ ।
ଏହି ଦଣ୍ଡ ବିରୋଧରେ ରୋନାଲ୍ଡୋ ଅପିଲ୍ କରିପାରିବେ । କିନ୍ତୁ ସେ ପୂର୍ବରୁ ଏହି ଘଟଣା ପାଇଁ କ୍ଷମା ମାଗିସାରିଥିବା ଜଣାପଡ଼ିଛି । ତେବେ ୩୦ ଦିନର ପ୍ରତିବନ୍ଧକ ଓ ଜରିମାନାକୁ ନେଇ ସେ କୌଣସି ବ୍ୟକ୍ତିଗତ ପ୍ରତିକ୍ରିୟା ଦେଇନାହାନ୍ତି

