Sunday, October 11, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜିଠୁ ନବରାତ୍ରି, ଜାଣନ୍ତୁ ପ୍ରଥମ ଦିନରେ କାହିଁକି ପୂଜା ପାଆନ୍ତି ଶୈଳପୁତ୍ରୀ

Sanchar Live by Sanchar Live
October 11, 2026
in ଓଡିଶା
0
ଆଜିଠୁ ନବରାତ୍ରି, ଜାଣନ୍ତୁ ପ୍ରଥମ ଦିନରେ କାହିଁକି ପୂଜା ପାଆନ୍ତି ଶୈଳପୁତ୍ରୀ
0
SHARES
11
VIEWS
FacebookTwitter

ଜୟ ମା’ ଦୁର୍ଗା… ଶରତର ଶୁଭ୍ର ଆକାଶରେ କାଶତଣ୍ଡୀର ଦୋଳି, ଧରାପୃଷ୍ଠରେ ଭକ୍ତିର ମହକ, ଆଉ ଚାରିଆଡ଼େ ମା’ଙ୍କ ଆଗମନର ଦିବ୍ୟ ଆଭାସ…ଯେଉଁଠି ଶକ୍ତି, ସେଇଠି ସୃଷ୍ଟି… ଯେଉଁଠି ମା’, ସେଇଠି ମମତା, ଆଶୀର୍ବାଦ ଓ ଅସୀମ ଆସ୍ଥା । ମା’ ଦୁର୍ଗାଙ୍କ ନଅଟି ଦିବ୍ୟ ରୂପରେ ଲୁଚି ରହିଛି ଜୀବନର ନଅଟି ମହାମନ୍ତ୍ର, ଆଉ ସେହି ଆଧ୍ୟାତ୍ମିକ ଯାତ୍ରାର ପ୍ରଥମ ପାହାଚ ହେଉଛନ୍ତି ମା’ ଶୈଳପୁତ୍ରୀ । ତେବେ ମା’ଙ୍କ ଏହି ଦିବ୍ୟ ସ୍ୱରୂପ ପଛରେ ରହିଛି କେଉଁ ରହସ୍ୟ ?

କାହିଁକି ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ଆରାଧନା କରାଯାଏ ? ଆଉ କେମିତି ତାଙ୍କ କୃପାରୁ ଜୀବନରେ ଭରିଉଠେ ସାହସ, ଶାନ୍ତି ଓ ସକାରାତ୍ମକ ଶକ୍ତି ? ଏହି ସବୁ ଆଧ୍ୟାତ୍ମିକ ରହସ୍ୟ ବିଷୟରେ ଜାଣିବା ଆମର ବିଶେଷ ଉପସ୍ଥାପନା ‘ନବରାତ୍ରୀ ସ୍ପେସିଆଲ୍’ରୁ । ଆସନ୍ତୁ, ମନରେ ଭକ୍ତି, ହୃଦୟରେ ଆସ୍ଥା ଆଉ ଓଠରେ ମା’ଙ୍କ ନାମ ନେଇ ଜାଣିବା ନବଦୁର୍ଗାଙ୍କ ପ୍ରଥମ ସ୍ୱରୂପମା’ ଶୈଳପୁତ୍ରୀଙ୍କ ମହିମା…

ହିନ୍ଦୁ ଧର୍ମରେ ଶକ୍ତି ଉପାସନାର ରହିଛି ଏକ ସ୍ୱତନ୍ତ୍ର ମହତ୍ତ୍ୱ । ଶାରଦୀୟ ନବରାତ୍ର ହେଉ କି ବସନ୍ତୀ ନବରାତ୍ର, ମା’ଙ୍କ ଆରାଧନାରେ ଭକ୍ତିମୟ ହୋଇଉଠେ ପରିବେଶ । ନଅ ଦିନ ଧରି ନବଦୁର୍ଗାଙ୍କ ନଅଟି ସ୍ୱରୂପକୁ ପୂଜା କରିବାର ପରମ୍ପରା ରହିଛି ।

ପୌରାଣିକ କଥା ଅନୁସାରେ, ମା’ ଶୈଳପୁତ୍ରୀ ହେଉଛନ୍ତି ପର୍ବତରାଜ ହିମାଳୟଙ୍କ କନ୍ୟା । ପୂର୍ବଜନ୍ମରେ ସେ ଥିଲେ ପ୍ରଜାପତି ଦକ୍ଷଙ୍କ କନ୍ୟା ସତୀ ଏବଂ ଭଗବାନ ଶିବଙ୍କ ପତ୍ନୀ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଦକ୍ଷ ପ୍ରଜାପତି ଏକ ଯଜ୍ଞର ଆୟୋଜନ କଲେ, ହେଲେ ଅହଂକାର ଓ କ୍ରୋଧବଶତଃ ନିଜ ଜ୍ଵାଇଁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ପିତାଙ୍କ ଯଜ୍ଞରେ ପହଞ୍ଚି ସତୀ ଦେଖିଲେ, ତାଙ୍କ ସ୍ୱାମୀ ଶିବଙ୍କୁ ଅପମାନିତ କରାଯାଉଛି । ଏହି ଅପମାନ ସହ୍ୟ କରି ନ ପାରି ସତୀ ଯଜ୍ଞକୁଣ୍ଡରେ ନିଜ ଜୀବନ ତ୍ୟାଗ କଲେ । ସମୟ ବିତିଲା । ପରବର୍ତ୍ତୀ ଜନ୍ମରେ ସେ ହିମାଳୟଙ୍କ କନ୍ୟା ପାର୍ବତୀ ରୂପେ ଜନ୍ମ ନେଲେ ଅଉ ହୈମବତୀ ନାମରେ ମଧ୍ୟ ପରିଚିତ ହେଲେ ଏହି ଦେବୀ ପୁନର୍ବାର ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କଲେ । ଏହିପରି ଭାବରେ ସତୀଙ୍କଠାରୁ ପାର୍ବତୀ ଏବଂ ପାର୍ବତୀଙ୍କଠାରୁ ଶୈଳପୁତ୍ରୀଙ୍କ ଦିବ୍ୟ ସ୍ୱରୂପକୁ ନେଇ ଭକ୍ତି ଓ ଆସ୍ଥାର ଏକ ଅନନ୍ୟ ପରମ୍ପରା ଗଢ଼ିଉଠିଛି ।

ମା’ଙ୍କ ପୂଜାବିଧି ଓ ନବରାତ୍ରର ମହତ୍ତ୍ୱ
ଧାର୍ମିକ ପରମ୍ପରା ଅନୁସାରେ, ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦାଠାରୁ ନବରାତ୍ର ଆରମ୍ଭ ହୁଏ । ଏହି ସମୟରେ ଭକ୍ତମାନେ ଉପବାସ, ପୂଜାପାଠ ଓ ମା’ଙ୍କ ନାମ ସ୍ମରଣ କରି ନିଜ ମନକୁ ଭକ୍ତିରେ ନିମଗ୍ନ କରନ୍ତି । ପୂଜା ପାଇଁ ପ୍ରଥମେ ଘରର ଏକ ପରିଷ୍କାର ସ୍ଥାନକୁ ଶୁଦ୍ଧ କରି ମା’ଙ୍କ ଫଟୋ ବା ପ୍ରତିମା ସ୍ଥାପନ କରାଯାଏ । ପରମ୍ପରା ଅନୁଯାୟୀ ଘଟସ୍ଥାପନା କରି ଦୀପ ଜଳାଯାଏ ଏବଂ ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରି ମା’ଙ୍କ ଆରାଧନା କରାଯାଏ ।

କେତେକ ଧାର୍ମିକ ବିଶ୍ୱାସ ଅନୁସାରେ, ମା’ଙ୍କୁ ମନ୍ଦାର ଫୁଲ, ଜାଇଫଳ, ଅଁଳା ଓ କଦଳୀ ଅର୍ପଣ କଲେ ବିଭିନ୍ନ ଶୁଭଫଳ ମିଳିଥାଏ । ସେହିପରି ଏହି ପବିତ୍ର ନଅ ଦିନରେ ଦାନ, ଧର୍ମ ଓ ଅସହାୟଙ୍କ ସେବା କରିବାକୁ ମଧ୍ୟ ବିଶେଷ ପୁଣ୍ୟକାର୍ଯ୍ୟ ବୋଲି ମନେ କରାଯାଏ । ତେବେ ମନେ ରଖନ୍ତୁ, ମା’ଙ୍କ ପୂଜାରେ କେବଳ ଆଡ଼ମ୍ବର ନୁହେଁ, ବରଂ ଶୁଦ୍ଧ ମନ, ସଚ୍ଚା ଭକ୍ତି ଓ ନିଷ୍କାମ ସେବା ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ତେବେ ଦର୍ଶକବନ୍ଧୁ, ମା’ ଶୈଳପୁତ୍ରୀଙ୍କ ଏହି ପୌରାଣିକ କାହାଣୀ ଆମକୁ ଶିଖାଏ ଆସ୍ଥା, ଧୈର୍ଯ୍ୟ ଓ ଅଟଳ ଭକ୍ତିର ମହତ୍ତ୍ୱ ।

Tags: jay maa durganavaratra puja
ShareTweetShareSend
Sanchar Live

Sanchar Live

Next Post
ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି-୨୦

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି-୨୦

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ହୋଟେଲରେ କାହିଁକି ବିଛାଯାଏ ଧଳା ବେଡ଼ସିଡ?
  • ତୃତୀୟ ଟି-୨୦: ଇଣ୍ଡିଜକୁ ୧୪ ରନରେ ହରାଇଲା ଭାରତ
  • ଦୀପାବଳିରେ ମିଳିବ ମାଗଣା ସିଲିଣ୍ଡର
  • ଅନୁଭବ ଦେଲେ ଖୁସି ଖବର, ମାଆ ହେବେ ଜାଗୃତି
  • ଜାଣନ୍ତୁ ଅତିରିକ୍ତ ଚିନ୍ତାରୁ କେମିତି ପାଇବେ ମୁକ୍ତି?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.