କଟକ: ଖୁସି ଖବର ଦେଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ବାପା ହେବା ନେଇ ଦେଇଛନ୍ତି ସୂଚନା । ନିଜ ସୋସିଆଲ ମିଡିଆ ଫେସବୁକରେ ଅନୁଭବ ମହାନ୍ତି ଏକ ପୋଷ୍ଟ କରିଛନ୍ତି । ଯେଉଁ ପୋଷ୍ଟରେ ସେ ପତ୍ନୀ ଜାଗୃତୀଙ୍କ ସହ ରହିଛନ୍ତି । ଫଟୋରେ ଏକ ପ୍ରେଗନେସି କିଟ୍ ଧରିଛନ୍ତି ଜାଗୃତି । ଏବଂ ସେ ଏହି ଖୁସି ଖବର ତାଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ଏହାସହ ଅନୁଭବ ନିଜ ପୋଷ୍ଟରେ ଏକ ସୁନ୍ଦର ଲେଖାଟିଏ ରଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏକ ସୁନ୍ଦର ନୂଆ ଅଧ୍ୟାୟର ଆରମ୍ଭ। ଆମେ ଯେତେବେଳେ ମାତାପିତା ହେବାର ଏହି ନୂଆ ଯାତ୍ରାରେ ପାଦ ଥାପୁଛୁ, ସେତେବେଳେ ଆମ ହୃଦୟ ଆପଣମାନଙ୍କ ଅସୀମ ସ୍ନେହ, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତାରେ ଭରିଯାଇଛି । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ ।
ଅନୁଭବଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫ୍ୟାନ୍ସମାନେ ସୁନ୍ଦର କମେଣ୍ଟମାନ ଦେଉଛନ୍ତି । ସମସ୍ତେ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି ।

