ପାର୍ବଣ ଋତୁରେ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ଉପହାର । ମାଗଣାରେ ଏଲପିଜି ସିଲିଣ୍ଡର ଦେବେ ସରକାର । ଦୀପାବଳି ପୂର୍ବରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର ।
୨୦୨୬-୨୭ ଆର୍ଥିକ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଦେବା ଯୋଜନାକୁ ଉତ୍ତରପ୍ରଦେଶ ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୯ ତାରିଖରେ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଆଯାଇଛି ।
ଯୋଜନା ଅନୁସାରେ, ଗୋଟିଏ ସିଲିଣ୍ଡର ଦୀପାବଳି ସମୟରେ ଏବଂ ଅନ୍ୟଟି ହୋଲି ସମୟରେ ମିଳିବ । ତେବେ ଏହି ସୁବିଧା କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଯୋଗ୍ୟ ହିତାଧିକାରୀ ପାଇବେ । ଏହାଦ୍ୱାରା ପର୍ବପର୍ବାଣୀ ସମୟରେ ଗ୍ୟାସ୍ ରିଫିଲ୍ ଖର୍ଚ୍ଚରୁ ଗରିବ ପରିବାରକୁ ଆଶ୍ୱସ୍ତି ମିଳିବ ।

