Tuesday, September 8, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବରେ ବାଜିଲା ମୋହର

Sanchar Live by Sanchar Live
September 7, 2026
in ଓଡିଶା
0
ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବରେ ବାଜିଲା ମୋହର
0
SHARES
31
VIEWS
FacebookTwitter

ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ବିଦ୍ୟୁତ କ୍ଷେତ୍ର ପାଇଁ ୧୫,୯୪୮.୭୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ  ନିର୍ମାଣ ହେବ । ରାଜ୍ୟରେ ୪୦୦ କେଭି ଗ୍ରିଡ୍ ସବଷ୍ଟେସନ ୫ରୁ ବୃଦ୍ଧି ପାଇ ୧୩ଟି ହେବାକୁ ଥିବା ବେଳେ ୨୨୦ କେଭି ଗ୍ରିଡ୍ ସବଷ୍ଟେସନ ୪୮ରୁ ୭୫କୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କ୍ୟାବିନେଟର ୪୭ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।

ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର, ଶିଳ୍ପ ବିଭାଗର, ଅର୍ଥ ବିଭାଗର ଗୋଟିଏ ଲେଖାଏଁ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୩ଟି, ଜଳ ସମ୍ପଦ ବିଭାଗର ୨ଟି, ପୂର୍ତ୍ତ ବିଭାଗର ୪ଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ଆଇନ ବିଭାଗର ଗୋଟିଏ , ଶକ୍ତି ବିଭାଗର ଗୋଟିଏ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ଏବଂ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆହୁତ ନିମନ୍ତେ ଗୋଟିଏ ( ସଂସଦୀୟ ବ୍ୟାପାର) ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ବିଜୁଳି ଭିତ୍ତିଭୂମିକୁ ଫୋକସ

ବିକଶିତ ଓଡିଶା-୨୦୩୬ ଲକ୍ଷ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରାଯିବ। ମଜବୁତ ଓ ସ୍ଥାୟୀ ବିଦ୍ୟୁତ ପାଇଁ ୧,୫୯୪.୭୦ କୋଟି ଟଙ୍କାର ଟ୍ରାନ୍ସମିସନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ଏହାସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ ନିର୍ମାଣ ହେବ । ସ୍ୱତନ୍ତ୍ର ନେଟୱାର୍କ ସହିତ AI ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ

ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ ମଧ୍ୟ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ ୨୦୧୯ର ୟୁନିଫର୍ମ ପଲିସିକୁ ବାତିଲ କରାଯାଇଛି। ନୂଆ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, GIS ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ଭଳି ବ୍ୟବସ୍ଥା ରହିବ। BMV/ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ହାରରେ ସେଟଲମେଣ୍ଟ କରାଯିବ। ଜମି କାରବାରରେ ଜାଲିଆତି ରୋକିବା ପାଇଁ ମଧ୍ୟ କଡ଼ା ପ୍ରାବଧାନ ରହିବ।

ସରକାରୀ ସ୍କୁଲ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ’

ଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ନୂଆ ଯୋଜନା। ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ।

OUSSSC ନିୟମ ୨୦୨୫ ସଂଶୋଧନ ମଞ୍ଜୁର

OUSSSC ନିୟମ, ୨୦୨୫ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପୋଲିସ, ଜେଲ, ଅବକାରୀ ଓ ଜଙ୍ଗଲ ବିଭାଗର ସମସ୍ତ ଗ୍ରୁପ୍-ସି ପଦବୀ ପାଇଁ ଗୋଟିଏ ପରୀକ୍ଷା କରାଯିବ। ଏହି ପରୀକ୍ଷାର ନାମ Combined Recruitment Examination (CRE) ରଖାଯାଇଛି। ଏହା ଦ୍ୱାରା ବିଭିନ୍ନ ବିଭାଗର ଗ୍ରୁପ୍-ସି ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସମନ୍ୱିତ କରିବା ଲକ୍ଷ୍ୟ ରହିଛି।

MS&ME ବିଭାଗ ପାଇଁ ନୂଆ ନିୟମ

୩୧ ଟି ଜିଲ୍ଲା ଶିଳ୍ପ କେନ୍ଦ୍ର (DICs) ର ମିନିଷ୍ଟେରିଆଲ କ୍ୟାଡର ପୁନର୍ଗଠନ ହେବ । କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ASO, SOଙ୍କ ପାଇଁ ନୂଆ ନିଯୁକ୍ତି ଓ ପଦୋନ୍ନତି ନିୟମ – Odisha Ministerial Services Rules, 2026 ଅନୁମୋଦନ କରାଯାଇଛି।

କୃଷି ବିଭାଗ   ଓ ଉଦ୍ୟାନ କୃଷି କ୍ୟାଡର ପୁନର୍ଗଠନ

ଓଡିଶା କୃଷି ସେବା କ୍ୟାଡର ପୁନର୍ଗଠନକୁ ସରକାରଙ୍କ ମଞ୍ଜୁରୀ ମିଳିଛି। ପଦୋନ୍ନତି ପଦବୀରେ ବୃଦ୍ଧି କରାଯାଇଛି। ଚାଷୀଙ୍କୁ ତୁରନ୍ତ ସେବା ପାଇଁ ଫିଲ୍ଡ ସ୍ତରରେ ଅଧିକ ଅଫିସର ନିଯୁକ୍ତ ହେବେ। ସେହିପରି ଓଡିଶା ହର୍ଟିକଲଚର ସର୍ଭିସ କ୍ୟାଡର ପୁନର୍ଗଠନକୁ ରାଜ୍ୟ ସରକାରଙ୍କ ଅନୁମୋଦନ।. ମୋଟ ପଦବୀ ୪୦୩ ରୁ ୪୭୦ କୁ ବୃଦ୍ଧି କରାଯାଇଛି। . ଚାଷୀଙ୍କୁ ଉଦ୍ୟାନ କୃଷି ସେବା ଶୀଘ୍ର ପହଞ୍ଚିବ, ଅଫିସରଙ୍କ ପଦୋନ୍ନତି ସୁଯୋଗ ବଢିବ।

ଜଳସମ୍ପଦ ବିଭାଗ ନୂଆ ଯୋଜନା BOITA

ଜଳସମ୍ପଦ ବଭାଗର “Building Odisha’s Irrigation Tourism Amenities (BOITA)” ଯୋଜନା ଅନୁମୋଦନ ମିଳିଛି। ୬୫୦ କୋଟି ଟଙ୍କାର ଯୋଜନା ରହିଛି। ପୁରୁଣା ଜଳସେଚନ କୋଠା ଓ ଐତିହ୍ୟ ପୁନରୁଦ୍ଧାର, କଳିଙ୍ଗ ସାମୁଦ୍ରିକ ପରମ୍ପରା ଓ ପାରମ୍ପରିକ ଜଳ ପରିଚାଳନାକୁ ପ୍ରୋତ୍ସାହନ ସହ ପର୍ଯ୍ୟଟନ ବିକାଶ କରାଯିବ । ଗଭୀର ନଳକୂପ ଜଳସେଚନ ଯୋଜନାରେ ସୋଲାର ଓ ନନ୍-ସୋଲାର ପମ୍ପିଂ  ସିଷ୍ଟମ ପାଇଁ ୮,୬୫୩.୦୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫ ବର୍ଷରେ ୧,୫୦,୦୦୦ ନଳକୂପ ସ୍ଥାପନ କରାଯିବ।  ୭,୫୦,୦୦୦ ହେକ୍ଟର ଜମିରେ ଜଳସେଚନ କରାଯିବ । ବିଶେଷ କରି ପଶ୍ଚିମ ଓଡିଶା, KBK, ପାହାଡିଆ ଓ ହାର୍ଡ ରକ୍ ଅଞ୍ଚଳକୁ ଫୋକସ ଦିଆଯିବ।

ରାୟଗଡା-କେରେଡା ରାସ୍ତା ୪-ଲେନ୍

ରାୟଗଡା-କେରେଡା ରୋଡ୍  ୨-ଲେନ୍ ରୁ ୪-ଲେନ୍  କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଓଡିଶା-ଆନ୍ଧ୍ର ସଂଯୋଗ ମଜବୁତ ହେବ। ମା’ ମଝିଘରିଆଣୀ ମନ୍ଦିର ଓ ଆଦିବାସୀ ଅଞ୍ଚଳର ବିକାଶ ହେବ ।

ସଂଶୋଧିତ ବସୁଧା ଯୋଜନା ମଞ୍ଜୁର  

ବକ୍ସି ଜଗବନ୍ଧୁ ନିଶ୍ଚିତ ପାନୀୟ ଜଳ ଯୋଗାଣ (BASUDHA) ସଂଶୋଧିତ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିରେ ୫,୦୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।  ବାଦ୍ ପଡିଥିବା ଗାଁକୁ ପାଇପ୍ ପାଣି, ଅସମ୍ପୂର୍ଣ୍ ପ୍ରକଳ୍ପ ସମାପ୍ତ କରାଯିବ।

Tags: Cabinetmeetingodisha
ShareTweetShareSend
Sanchar Live

Sanchar Live

Next Post
ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର

ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର
  • ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବରେ ବାଜିଲା ମୋହର
  • ଦିଲ୍ଲୀରେ କୋଠା ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
  • ଆସନ୍ତା ୯ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.