ସଂଚାର ବ୍ୟୁରୋ: ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ବିଜୟା ଦଶମୀରେ ରାବଣ ପୋଡି ହୋଇଛି । ରାଜଧାନୀରେ ୧୦ଟି ସ୍ଥାନରେ କରାଯାଇଛି ରାବଣପୋଡି । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼, ଚନ୍ଦକା, ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆ, କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡି ହୋଇଛି । ରାବଣ ପୋଡି ବେଳେ ଦର୍ଶକଙ୍କ ସୁରକ୍ଷା ପାଇଁ ବାଉଁଶ ବ୍ୟାରିକେଡ କରାଯାଇଥିଲା ।ଗ୍ରୀନ କ୍ରାକର ବ୍ୟବହାର କରାଯାଇଥିଲା । କମିଶରେଟ ପୋଲିସ ସହଯୋଗରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହେବା ସହିତ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ ।