ସଂଚାର ବ୍ୟୁରୋ: ଅଶାନ୍ତ ରାଉରକେଲା । ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଭିଣୋଇଙ୍କର ମୃତ୍ଯୁ ହୋଇଥିବାବେଳେ ଶଳା ଗୁରୁତର ହୋଇଛନ୍ତି । ଛେଣ୍ଡ ପେଟ୍ରୋଲ ପମ୍ପ ପଛ ଜଙ୍ଗଲରେ ହୋଇଛି ନିର୍ମମ ହତ୍ଯାକାଣ୍ଡ । ମୃତକ ହେଲେ ଝାଡ଼ଖଣ୍ଡ ଚକ୍ରଧରପୁର ଅଞ୍ଚଳର ଏମଡି ସାଗିର । ମରଣାନ୍ତକ ଆକ୍ରମଣରେ ସାଗିରଙ୍କ ଶଳା ରାଉରକେଲାର ସେକ ଅମିର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ କିଏ କାହିଁକି ଏଭଳି ହତ୍ଯା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣାସ୍ଥଳରେ ସେକ୍ଟର ୭ ଥାନା ପୋଲିସ, ରାଉରକେଲା ଡିଆଇଜି ଓ ପଶ୍ଚିମାଞ୍ଚଳ ଡିଆଇଜି ପହଞ୍ଚି ତଦନ୍ତ କରୁଛନ୍ତି । ଗୁରୁତର ଯୁବକଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ କିଛିଦିନ ଧରି ରାଉରକେଲାରେ ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି । ସପ୍ତାହକରେ ଦୁଇଦୁଇଟି ଗଣଦୁଷ୍କର୍ମ ସହ ଆଜି ହତ୍ଯା ଘଟଣା ଚାଞ୍ଚଲ୍ଯ ଖେଳାଇଛି ।