ଭୁବନେଶ୍ଵର: ପୁଣି ଅକ୍ଟୋବରରେ ବାତ୍ୟା ଭୟ । ମାସ ଶେଷକୁ ବଦଳିପାରେ ରାଜ୍ୟର ପାଣିପାଗ । ଆସନ୍ତା ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଆନ୍ତର୍ଜାତିକ ମଡେଲ୍ ଗୁଡ଼ିକର ଆକଳନ ଅନୁଯାୟୀ, ଚଳିତ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପ୍ରଣାଳୀ ବାତ୍ୟାର ରୂପ ନେଇପାରେ ଏବଂ ଅକ୍ଟୋବର ୨୯ ତାରିଖ ବେଳକୁ ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ । ପୁଣି ସେହି ଅକ୍ଟୋବର ୨୯…ଓଡ଼ିଶାବାସୀଙ୍କ ମନେ ପକାଇ ଦେଉଛି ୧୯୯୯ର କରାଳ ସ୍ମୃତି ।
- IMDର ଆସିଲା ଫ୍ରେସ୍ ରିପୋର୍ଟ
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗକୁ ଏହାର ତୀବ୍ରତା ଓ ସମ୍ଭାବ୍ୟ ଗତିପଥ କ’ଣ ରହିବ, ସେ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ । ମାତ୍ର ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲର ତାଜା ପୂର୍ବାନୁମାନ ବଢ଼ାଇଛି ଚିନ୍ତା । ଆନ୍ତର୍ଜାତିକ ମଡେଲ୍ ଗୁଡ଼ିକର ଆକଳନ ଅନୁଯାୟୀ, ଚଳିତ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପ୍ରଣାଳୀ ବାତ୍ୟାର ରୂପ ନେଇପାରେ ଏବଂ ଅକ୍ଟୋବର ୨୯ ତାରିଖ ବେଳକୁ ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍।
- ଆଜି ରାଜ୍ୟରେ ପାଗ ଶୁଖିଲା
ଅକ୍ଟୋବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ କୌଣସି ଆଲର୍ଟ ନାହିଁ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପଟେ ଅକ୍ଟୋବର ୨୯ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆକଳନ ପରେ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି । ମନେ ପଡୁଛି ୧୯୯୯ ଅକ୍ଟୋବର ୨୯ ସୁପର ସାଇକ୍ଲୋନରେ ତାଣ୍ଡବ ଦୃଶ୍ୟ । ଅକ୍ଟୋବର ଶେଷ ସପ୍ତାହରେ ବାତ୍ୟା ଆକଳନ କେଉଁ ରୂପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

