ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ । ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେ ଥାନାରେ ଅଟକ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ ।
ଗତ ରବିବାର ଅପରାହ୍ନ ସମୟରେ ଘର ପାଖରେ ନାବାଳିକା ଜଣକ ବୁଲୁଥୁବା ବେଳେ ସମ୍ପର୍କୀୟ ଜେଜେ ନାବାଳିକାକୁ ଡାକି ଥିଲା । ଗୁହାଳ ଭିତରେ ପାଟିରେ ହାତ ଦେଇ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜୀବନରୁ ମାରିଦେବାକୁ ଧମକ ଦେବଉଥିବାରୁ ନାବାଳିକା ଜଣକ ଡରରେ ଘରେ କାହାକୁ କହିନଥିଲା । ପରେ ପରିବାର ଲୋକଙ୍କୁ ସବୁ କଥା କହିଥିଲା । ଆରଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।

