ମେଷ : ଆଜି ଆଳସ୍ୟ ଅନୁଭବ କରିବେ ଓ କାମ କରିବାକୁ ଆଦୌ ଇଚ୍ଛା ହେବନାହିଁ । ନିର୍ମାଣ କାମ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ ।
ବୃଷ : ଆଜି ଲୋକପ୍ରିୟତା, ଜନସମର୍ଥନ ଓ କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ବିଭିନ୍ନ ଦିଗରେ ଖର୍ଚ୍ଚ ପରିମାଣ ବଢ଼ିଯିବ । ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଶିଳ୍ପ ବାଣିଜ୍ୟରେ ଉନ୍ନତି, କଳା ସାହିତ୍ୟରେ ପ୍ରଶଂସା ଏବଂ ସଂଗଠନ ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ ।
ମିଥୁନ : ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ ଏବଂ ଲୋକପ୍ରିୟତା ହାସଲ କରିବେ । ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପ୍ରଶଂସା ଗାଇ ବୁଲିପାରନ୍ତି । ବନ୍ଧୁଙ୍କ ସହାୟତାରେ କଳା, ସାହିତ୍ୟ ଓ କ୍ରୀଡ଼ା ପ୍ରଭୃତିରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ । ବାଣିଜ୍ୟ, ବ୍ୟବସାୟ ସମ୍ପର୍କିତ କେତେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ ।
କର୍କଟ : ବନ୍ଧୁ ଗହଣରେ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ । ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ସମ୍ମାନିତ ହେବାର ସୌଭାଗ୍ୟ ପାଇବେ । ପୁରାତନ ରୋଗପୀଡ଼ା ଅନୁଭବ କରିବେ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ ।
ସିଂହ : ଆଜି ବନ୍ଧୁଙ୍କ ସାହାଯ୍ୟ ଲାଭକରି କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ । ଆବଶ୍ୟକତା ପୂରଣ କ୍ଷେତ୍ରରେ ପାରିବାରିକ ଖର୍ଚ୍ଚ ପରିମାଣ ହଠାତ୍ ବୃଦ୍ଧି ପାଇବ । ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ହଠାତ୍ ବାହାରକୁ ଯିବାକୁ ପଡ଼ିପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ।
କନ୍ୟା : ଅତୀତର ଘଟଣାଗୁଡ଼ିକର ସମୀକ୍ଷା କରିବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଋଣସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ରଚନାମତ୍କ କାର୍ଯ୍ୟ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ତୁଳା : କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବା ସାଙ୍ଗକୁ ଲୋକସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।
ବିଛା : ଆଜିର ସକାଳୁଆ ଯାତ୍ରା ପ୍ରାୟତଃ ଶୁଭପ୍ରଦ ହେବ । ପରିବାରରେ ଭାବପ୍ରବଣ ବଶତଃ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରନ୍ତୁନାହିଁ । କର୍ମକ୍ଷେତ୍ରର ପରିସ୍ଥିତି ଗମ୍ଭୀର ରହିବ । ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ପ୍ରିୟକଥା ମାଧ୍ୟମରେ ସମସ୍ୟା ସମାଧାନ କରିବେ ।
ଧନୁ : ସ୍ଥଗିତ କାମ ପୂରଣ ସକାଶେ ବନ୍ଧୁ ସାହାଯ୍ୟ କରିପାରନ୍ତି । ଭ୍ରାତୃ ସମ୍ପର୍କରେ ବ୍ୟତିକ୍ରମ ଦେଖାଦେବ । ପରିବାରର ଖର୍ଚ୍ଚ ବୃଦ୍ଧି ନିୟନ୍ତ୍ରଣ ପାଇଁ ନୂଆ ନୂଆ ଯୋଜନା ଚିନ୍ତା କରିପାରନ୍ତି । ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ ଦିଗରେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି ।
ମକର : ଅତୀତ ଘଟଣାକୁ ନେଇ ମନ ଭାରାକ୍ରାନ୍ତ ରହିବ । ପୂର୍ବ ଘଟଣାକୁ କେନ୍ଦ୍ରକରି ମନରେ କିଛି ଭୟ ଓ ଆଶଙ୍କା ଜାଗ୍ରତ ହୋଇପାରେ । ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରିପାରିବେ ନାହିଁ । ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ ।
କୁମ୍ଭ : କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ଅଯଥା କଷ୍ଟ ଅନୁଭବ କରିବେ । ଚତୁର୍ଥାଧିପତିଙ୍କ ଦୁର୍ବଳତା କାରଣରୁ ସାମାଜିକସ୍ତରରେ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିପାରେ । ବନ୍ଧୁଙ୍କ ମେଳରେ ଗାମ୍ଭୀର୍ଯ୍ୟ ରକ୍ଷାକରି ସମାଲୋଚିତ ହୋଇପାରନ୍ତି । ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ପରିପ୍ରେକ୍ଷୀରେ ଆଲୋଚନା ହୋଇପାରେ ।
ମୀନ : ଆଜି ପରିବାର ମଧ୍ୟରେ ହସଖୁସିର ବାତାବରଣରୁ ମନ ହାଲୁକା ରହିବ । ରାହୁଯୁକ୍ତ ସପ୍ତମାଧିପତି ରବି ହେତୁ ତରବରିଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ । ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ନ ପାଇବାରୁ ମନରେ ସରସତା ରହିବ ନାହିଁ ।