ସଂଚାର ବ୍ୟୁରୋ: ଭି. ନାରାୟଣନ ହେଲେ ଇସ୍ରୋର ନୂଆ ମୁଖ୍ୟ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ବରିଷ୍ଠ ବୈଜ୍ଞାନି ଭି. ନାରାୟଣନ। ଇସ୍ରୋ ତଥା ମହାକାଶ ବିଭାଗ ସଚିବ ଭାବେ ନାରାୟଣନଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଆସନ୍ତା ୧୪ ତାରିଖରେ ସେ ଇସ୍ରୋର ବର୍ତ୍ତମାନର ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି. ନାରାୟଣନଙ୍କ ପଖରେ ପ୍ରାୟ ୪୦ ବର୍ଷର ଅଭିଜ୍ଞତା ରହିଛି। ସେ ଭାରତୀୟ ମହାକାଶ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି।ବର୍ତ୍ତମାନ ଭି. ନାରାୟଣନ ଲିକ୍ୱିଡ୍ ପ୍ରପଲସନ ସିଷ୍ଟମ୍ ସେଣ୍ଟର LPSCର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ। ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଏବେ ଶେଷ ହେବାକୁ ଯାଉଛି