କ୍ୟାଟ୍ରିନା କୈଫ୍ ଜୁଲାଇ ୧୬ ତାରିଖରେ ତାଙ୍କ ସ୍ବାମୀ ଭିକି କୌଶଳ, ପୁଅ ଭିୟାନ ଏବଂ ପରିବାର ସହିତ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଝଲକକୁ ଭିକି କୌଶଳ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଭିକି-କ୍ୟାଟ୍ରିନାଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି ।
ଛାୱା ଅଭିନେତା ଭିକି କୌଶଳ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଥିବା ପୋଷ୍ଟରେ ସେ କ୍ୟାଯ୍ରିନାଙ୍କୁ କୋଳେଇ ଧରିବା ସହ ହାତରେ ଖଣ୍ଡେ କେକ୍ ଧରିଥିବାର ଦେଖିବାକୁ ମିଳିଛି । କ୍ୟାଟ୍ରିନା ଧଳା ଟପ୍ ସହିତ ଡେନିମ୍ ଜ୍ୟାକେଟରେ ନଜର ଆସିଥିବାବେଳେ ଭିକିଙ୍କୁ ଧଳା ସାର୍ଟରେ ଦେଖିବାକୁ ମିଳିଛି । ଏଥିସହ ଡେକୋରେସନ୍ ପାଇଁ ଜନ୍ମଦିନର ବେଲୁନ୍ ଏବଂ ହାପି ବାର୍ଥଡେ କ୍ୟାଟ୍ରିନାର ଏକ ବ୍ୟାନର ଲଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଦୁହେଁ ପରସ୍ପରକୁ ହଗ୍ କରିଥିବା ନଜର ଆସିଛନ୍ତି । ଭିକି ଏହି ଫଟୋ ପୋଷ୍ଟ କରିବା ସହ ହାର୍ଟ ଇମୋଜି ଦେଇ ଜାନଙ୍କ ଜନ୍ମଦିନ ବୋଲି କ୍ୟାପସନରେ ଲେଖିଛନ୍ତି । ଯାହା ପ୍ରଶଂସକଙ୍କ ହୃଦୟକୁ ସ୍ପର୍ଶ କରିଛି ।
ଯଦି ସେମାନଙ୍କ ବିବାହ ଏବଂ କ୍ୟାରିଅର କଥା କୁହାଯାଏ ତେବେ ସେମାନେ ୨୦୨୧ ମସିହାରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ୨୦୨୫ରେ ପ୍ରଥମ ଥର ପାଇଁ ସେମାନେ ବାପା ମା ହୋଇଥିଲେ । କ୍ୟାଟ୍ରିନା ଏବେ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହିଛନ୍ତି । ଶେଷ ଥର ପାଇଁ ଶ୍ରୀରାମ ରାଘବନଙ୍କ ଫିଲ୍ମ “ମେରି ଖ୍ରୀଷ୍ଟମାସ”ରେ ନଜର ଆସିଥିଲେ । ଭିକି କୌଶଳ ଏବେ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ “ଲଭ୍ ଆଣ୍ଡ୍ ୱାର” ପ୍ରୋଜେକ୍ଟରେ ବ୍ୟସ୍ତ ରହିଛନ୍ତି । ଯେଉଁଥିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି ।

