ମେଡିକାଲରେ ପୋକରା ଔଷଧ ମିଳୁଥିବା ଅଭିଯୋଗ । ମେଡ଼ିସିନ ଷ୍ଟ୍ରିପରୁ ବାହାରିଲା ପୋକ ସହିତ ପୋକରା ଔଷଧ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବେଗୁନିଆଡିହା ଅଂଚଳରୁ ସାମ୍ନାକୁ ଆସିଛି ଏପରି ଘଟଣା । ଗାଁର ଜଣେ ନାବାଳକଙ୍କ ଥଣ୍ଡା ଜ୍ୱର ହୋଇଥିଲା । ପରେ ସେ ଗତ ୮ ତାରିଖ ସେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ । ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଔଷଧ ଖାଉଥିଲେ । ହେଲେ ତିନି ଦିନ ପରେ ଅଚାନକ ସକାଳୁ ଔଷଧ ଖାଇବା ସମୟରେ ଆଣ୍ଟିଵାୟୋଟିକ ଔଷଧ ସିଲ ଖୋଲି ବଟିକା ବାହାର କରିଥିଲେ । କିନ୍ତୁ ମେଡ଼ିସିନ ଷ୍ଟ୍ରିପରୁ ପୋକ ବାହାରିଥିଲା । ଏପରିକି ବଟିକାରେ ଗାତ ମଧ୍ୟ ହୋଇଯାଇଥିଲା । ଯାହା ଦେଖିବା ପରେ ପରିବାର ଲୋକେ ଔଷଧ ଖାଇବାକୁ ବାରଣ କରିଥିଲେ ଏବଂ ସେବେଠାରୁ ତାଙ୍କର ଔଷଧ ଖାଇବା ବନ୍ଦ ହୋଇଛି । ତେବେ ଏଭଳି ପୋକରା ଔଷଧ ନିରାମୟ କେନ୍ଦ୍ରରୁ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।
