ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଦାୟିତ୍ୱ ନେବା ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି । ଏହି ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଏହି ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ସମସ୍ତ ୫ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସାମିଲ ଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶାସନ, ସୁରକ୍ଷା ଏବଂ ଡବଲ ଇଂଜିନ ସରକାରର ରୋଡମ୍ୟାପ୍ ଏହି ସରକାରର ପ୍ରାଥମିକତା । ପଶ୍ଚିମବଙ୍ଗ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଅଗ୍ନିମିତ୍ର ପାଉଲ୍, ଖୁଦିରାମ ଟୁଡୁ, ଅଶୋକ କୀର୍ତ୍ତନିଆ ଏବଂ ନିଶିତ ପରମାଣିକ ଉପସ୍ଥିତ ଥିଲେ।
ଏହି ବୈଠକରେ ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ ବିଏସଏଫ୍ ଅଧୀନରେ ରହିବ ବୋଲି ସେ କହିଛନ୍ତି । ୮୭୪ କିମି ଦୀର୍ଘ ସୀମାନ୍ତ ଏଯାବତ ତାରବାଡ଼ ହୋଇ ପାରିନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ଜମି ଦେଉ ନଥିବାରୁ ତାରବାଡ଼ ହୋଇପାରୁନଥିଲା ।
ବଙ୍ଗଳା ସରକାର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ବୀମା ସମେତ
