ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ୟୁଏଇ ନିବେଶ ଅଭିଯାନର ପ୍ରଥମ ଦିନରେ ରାଜ୍ୟକୁ ବଡ଼ ନିବେଶ ସୁଯୋଗ ମିଳିଛି। IHC ଓ ଆଦାନୀ ଗ୍ରୁପ୍ ସହ ୧୪ଟି ନୂଆ ପ୍ରକଳ୍ପ ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏଥିରେ ୨ ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ପ୍ରତିଶ୍ରୁତି ମିଳିଛି। ବାଣିଜ୍ୟ ଓ ବନ୍ଦର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
IHC-ଆଦାନୀ ସହ ୧୪ ନୂଆ ପ୍ରକଳ୍ପ
International Holding Company (IHC)ର ବିଭିନ୍ନ ବ୍ୟବସାୟିକ କ୍ଷେତ୍ର ଏବଂ ଗୋଷ୍ଠୀ କମ୍ପାନୀଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରାଉଣ୍ଡଟେବୁଲ୍ ବୈଠକ ହୋଇଥିଲା। ଏଥିରେ IHCର ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ସୟଦ ବସର ଶୁଏବ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନର ମ୍ୟାନେଜିଂ ଡାଇରେକ୍ଟର କରଣ ଆଦାନୀ ଏବଂ ଆଦାନୀ ଗ୍ରୀନ ଏନର୍ଜିର ଏକ୍ୟୁଜିଟିଭ୍ ଡାଇରେକ୍ଟର ସାଗର ଆଦାନୀ ଉପସ୍ଥିତ ଥିଲେ। ୨ଜୁଲାଇ ୨୦୨୬ରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୁଝାମଣା ପତ୍ରର ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।
