ମାର୍ଶାଘାଇ: କାହିଁକି ଚୁପ୍ ବସିଛି ବନ ବିଭାଗ । କାହା ଚାପରେ ଚେପା ? କାହିଁକି ଏତେ ବିଳମ୍ବ । ଖୁଲମଖୁଲା ବାରହା ଶିକାର କଲେ, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଏବେ ଏମିତି ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁସୁନପୁର ଗ୍ରାମରେ ସେପ୍ଟେମ୍ବର ୨୯ ତାରିଖ ରାତିରେ ଗୋଟିଏ ବାରାହା ଗୁହାଳ ଭିତରେ ପଶି ରହିଥିବା ବେଳେ ଶିକାରୀମାନେ ତାକୁ ଶିକାର କରି ନେଇଯାଇଛନ୍ତି ।
ବାରାହାପଲକୁ ଶିକାରୀମାନେ କେଉଁ ସ୍ଥାନକୁ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ମାର୍ଶାଘାଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ମାର୍ଶାଘାଇ ଅଞ୍ଚଳକୁ ଏତେ ବଣୁଆ ବାରାହା କେଉଁଠାରୁ ଆସିଲେ ? ବନ ବିଭାଗ କର୍ମଚାରୀମାନେ ତାହା ଜାଣିପାରିଲେ ନାହିଁ । ଏହା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଣ୍ୟଜନ୍ତୁ ଶିକାର ନିଷେଧ ଥିବା ସତ୍ତ୍ୱେ ଶିକାରୀମାନେ ଖୁଲମଖୁଲା ଶିକାର କରିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଗାଁ ମଝିରେ ବାରାହା ପଶିବା ଘଟଣା ଘଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
