ରାଜ୍ୟରେ ଜାରି ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷା ଜାରି ରହିବ। ଦକ୍ଷିଣ ଛତିଶଗଡ଼ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ଓ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏଁ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼। ଏହି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।”
ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷ ଜୁନ୍ ୧ରୁ ଏଯାବତ୍ ୧୨୫୫.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ରହିଛି। ତେବେ ଆଗକୁ ଆହୁରି ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି।”
ମାତ୍ର ୪୮ ଘଣ୍ଟାର ବର୍ଷା ପରେ ଜିଲ୍ଲାର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ତଳୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ନିକଟସ୍ଥ ତଳୁଆ ପୋଲ ଉପରେ ପୁଣିଥରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ପୋଲ ଉପରେ ପ୍ରାୟ ୧ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେବାରୁ କିଛି ସମୟ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ମଧ୍ୟରାତ୍ରୀ ସୁଦ୍ଧା ପାଣି କମିବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିଲା । ତେବେ ପୁଣି ପାଣି ବଢ଼ିବାରୁ ପୋଟେରୁ ପୋଲ ଉପରେ ଯାତାୟାତ ପ୍ରଭାବିତ ହୋଇଛି ।”

