ତାମିଲନାଡୁ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ କେ ଅନ୍ନାମଲାଇ ବିଜେପିର ପ୍ରାଥମିକତା ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ବୀକାର କରିଛନ୍ତି । ଜୁନ ୨ ତାରିଖରେ ତାଙ୍କ ଇସ୍ତଫାକୁ ନେଇ ଅନ୍ନାମଲାଇ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ସାକ୍ଷାତ କରିଥିଲେ । ସେ ପାର୍ଟିର ହାଇକମାଣ୍ଡଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।
ଅନ୍ନାମଲାଇ କିଛିଦିନରୁ ପାର୍ଟି ଛାଡିବାକୁ ମନସ୍ତ କରିଥିଲେ । ଖବର ମୁତାବକ, ଅନ୍ନାମଲାଇ ଏକ ଜନ-ଆନ୍ଦୋଳନ ଆରମ୍ଭ କରିବାକୁ ବିଚାର କରୁଛନ୍ତି । ବିଜୟଙ୍କ ପାର୍ଟି ତାମିଲନାଡୁ ରାଜନୀତିରେ ହଲଚଲ କରିଥିଲା । ତେଣୁ ଅନ୍ନାମଲାଇଙ୍କ ଜନ ଆନ୍ଦୋଳନ ହୁଏତ ରାଜନୈତିକ ପାର୍ଟିରେ ପରିବର୍ତ୍ତନ ହୋଇପାରେ । ଅନ୍ନାମଲାଇ ଖୁବ୍ ଶୀଘ୍ର ନିଜର ଦଳ, ମକ୍କଲ ଶକ୍ତି ଇୟକ୍କମ୍ ଗଠନ କରିପାରନ୍ତି ।
ସୂଚନାଯୋଗ୍ୟ, ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ରାଜ୍ୟ ସଭାପତି ଥିବା ସମୟରେ ଅନ୍ନାମଲାଇ ରାଜ୍ୟରେ ବିଜେପିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍କେ ସହିତ ନିର୍ବାଚନୀ ମେଣ୍ଟ ଗଠନ କରିବାର ବିଜେପିର ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ଥିଲେ ।

