ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ସୁନନ୍ଦା । ତେବେ ଅକ୍ଟୋବର ୨୯ ତାରିଖରେ ଦଳରେ ଅଣଦେଖା କାରଣ ଦର୍ଶାଇ ବିଜେଡି ଛାଡିଥିଲେ ସୁନନ୍ଦା ।
ତେବେ ଗତ ୫, ୬ ମାସ ହେବ ବିଜେଡିରେ ସେ ଅଣଦେଖା ହୋଇ ରହିଥିଲେ ବୋଲି ଅଭିଯୋଗ କରିଥିଲେ ସୁନନ୍ଦା । ଏଥିସହିତ ଦଳର ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଥିଲେ । ଏହା ପରେ ଦଳର ଭିତିରି ଅନେକ ଅକୁହା କଥା ଲୋକଲୋଚନକୁ ଆଣିଥିଲେ । ଏଥିସହିତ ନବୀନ ବାବୁ ବୁଲିଥିଲେ ବିଜେଡିର ବିଜୟ ହୋଇଥାନ୍ତା ବୋଲି ଦାବି କରିଥିଲେ ।