ସଂଚାର ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା। ସେ ରାଜଭବନରେ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଭେଟିବା ସହ ଆଲୋଚନା କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡା ଉପସ୍ଥିତ ରହିଥିଲେ।
ସୂଚନା ଯୋଗ୍ୟ ଯେ, ଆଜି ଶ୍ରୀ ଓମ୍ ବିର୍ଲା ଏକ ଘରୋଇ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତ ଅବସରରେ `ଓଡ଼ିଶାର ମାଟି ଆଧ୍ୟାତ୍ମିକ, ଧାର୍ମିକ, ସଂସ୍କୃତି, ଏବଂ ବୀରଯୋଦ୍ଧାଙ୍କ ମାଟି’ `ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ’ ବୋଲି କହିଛନ୍ତି।