ସଂଚାର ବ୍ୟୁରୋ: ନେପାଳରେ ବନ୍ଯା ବିଭୀଷିକା । ଲଗାଣ ବର୍ଷାରେ ବେହାଲ ହୋଇଯାଇଛି ବିଭିନ୍ନ ଅଞ୍ଚଳ । ଭୟଙ୍କର ବନ୍ଯାରେ ଏଯାଏ ୧୧୨ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ଯୁ ହୋଇଛି । ପ୍ରାୟ ୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ୮୦ ଜଣ ନିଖୋଜ ଅଛନ୍ତି । ୬୩ଟି ସ୍ଥାନରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ବିଦ୍ଯୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇପଡ଼ିଥିବାବେଳେ ଘରଦ୍ବାର ଭାଙ୍ଗିଯାଇଛି । ପାଣିଘେରରେ ରହିଛନ୍ତି ହଜାର ହଜାର ଲୋକ । କାଠମାଣ୍ଡୁ, ଲଲିତପୁର, ଏବଂ ଭକ୍ତପୁର, ପଞ୍ଚଥର, ଢାଙ୍କୁଟା, ଝାପା ଆଦି ଅଞ୍ଚଳ ବିଶେଷ ଭାବେ ପ୍ରବାବିତ ହୋଇଛି । ଉଦ୍ଧାର କାର୍ଯ୍ଯରେ ୨୦ ହଜାର ଯବାନ ନିୟୋଜିତ ହୋଇଛନ୍ତି । ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର । ମନ୍ତ୍ରୀମାନଙ୍କର ଜରୁରୀ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି ।