ସଂଚାର ବ୍ୟୁରୋ: ଭଦ୍ରକ ଆରଡ଼ି ଆଖଣ୍ଡଳମଣିଙ୍କ ସେବାୟତଙ୍କ ଘରୁ ମିଳିଛି ବିରଳ ପ୍ରାଚୀନ ମୂର୍ତ୍ତି। ବହୁ ଅଳଙ୍କାର ମଧ୍ୟ ମିଳିଥିବା ଜଣାପଡ଼ିଛି। ସେହି ସେବାୟତ ଜଣକ ହେଲେ ରବି ନାରାୟଣ ମିଶ୍ର। ତାଙ୍କ ଘରର ମାଟି ତଳୁ ଏହି ସବୁ ପ୍ରାଚୀନ ମୂର୍ତ୍ତି ଓ ଅଳଙ୍କାର ମିଳିଥିବା ଜଣାପଡ଼ିଛି। କିଛି ଦିନ ଆଗରେ ତାଙ୍କ ଘରେ କିଛି ଅଲୌକିକ ଘଟଣା ଘଟିଥିଲା। ଏହାକୁ ନେଇ ସେ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ। ଘରେ ପୂଜାପାଠ, ହୋମଯଜ୍ଞ କରାଯାଇଥିଲା। ଘରେ ୬ ଫୁଟ ଲମ୍ଵ, ୬ ଫୁଟ ଓସାର ଓ ୧୫ ଫୁଟ ଗଭୀରର ଏକ ଗାତ ଖୋଲାଯିବା ପରେ ଏକ ପିତ୍ତଳ ହଣ୍ଡାରେ ବହୁ ଅଳଙ୍କାର ଓ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭଙ୍କ ମୂର୍ତ୍ତି ମିଳିଛି। ପଣ୍ଡିତ ନରୋତ୍ତମ ମିଶ୍ର ଦାବି କରିଛନ୍ତି, ଏସବୁ ସାମଗ୍ରୀ ହେଉଛି ବାବା ଆଖଣ୍ଡଳମଣିଙ୍କର। ତେବେ ସଂପୃକ୍ତ ସେବାୟତ ରବି ନାରାୟଣ ମିଶ୍ର କହିଛନ୍ତି, ସୁନା ନୁହେଁ, ବରଂ ପିତ୍ତଳ ମୂର୍ତ୍ତି ମିଳିଛି।