ଗ୍ଲାମର ଦୁନିଆରେ ନିଜର ଷ୍ଟାଇଲ୍, ଡ୍ୟାନ୍ସ ଓ ଆକର୍ଷଣୀୟ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ‘କଚ୍ଚା ବାଦାମ ଗର୍ଲ’ ଅଞ୍ଜଳି ଆରୋରା ପୁଣି ଥରେ ଲାଇମଲାଇଟ୍କୁ ଆସିଛନ୍ତି। ଏଥର ତାଙ୍କ ଚର୍ଚ୍ଚାର କାରଣ କୌଣସି ନୂଆ ରିଲ୍ସ କିମ୍ବା ଗ୍ଲାମରସ୍ ଲୁକ୍ ନୁହେଁ, ବରଂ ବହୁଚର୍ଚ୍ଚିତ MMS ବିବାଦ ଉପରେ ତାଙ୍କର ଖୁଲାସା। ଦୀର୍ଘ ଦିନ ଧରି ଏହି ବିବାଦକୁ ନେଇ ଟ୍ରୋଲିଂର ଶିକାର ହୋଇଥିବା ଅଞ୍ଜଳି ଏବେ ନିଜ ପକ୍ଷ ରଖି ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି।
ଭାଇରାଲ୍ MMSକୁ ନେଇ କଲେ ବଡ଼ ଖୁଲାସା
ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଞ୍ଜଳି ଆରୋରା ‘ଲକ୍ ଅପ୍’ ରିଆଲିଟି ଶୋ’ରେ ନଜର ଆସିବା ପରେ ଏକ କଥିତ MMSକୁ ନେଇ ବିବାଦ ଘେରକୁ ଆସିଥିଲେ। ଭାଇରାଲ୍ ଭିଡିଓରେ ଥିବା ଯୁବତୀ ଅଞ୍ଜଳି ବୋଲି ଦାବି କରାଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଟ୍ରୋଲିଂ ବଢ଼ିଥିଲା।
ନିକଟରେ ପ୍ରିୟଙ୍କା ଶର୍ମାଙ୍କ ପଡକାଷ୍ଟରେ ଏହି ବିବାଦ ସମ୍ପର୍କରେ ପଚରାଯିବାରୁ ଅଞ୍ଜଳି ନିଜ ଅନୁଭୂତି ବଖାଣିଥିଲେ। ତାଙ୍କ କହିବା ଅନୁସାରେ, ୨୦୨୧ରେ ଏହି ଭିଡିଓ ଭାଇରାଲ୍ ହୋଇଥିଲା। କିନ୍ତୁ ଭିଡିଓଟି ପ୍ରାୟ ୧୦ ବର୍ଷ ପୁରୁଣା ବୋଲି ସେ ଦାବି କରିଛନ୍ତି।

