Friday, October 9, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

GST ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତାବ

Sanchar Live by Sanchar Live
October 9, 2026
in ଭାରତ
0
GST ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତାବ
0
SHARES
9
VIEWS
FacebookTwitter

GST ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତାବ । ଟିକସଦାତା ଓ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ୫୭ତମ GST କାଉନସିଲ୍ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି । ସବୁଠୁ ବଡ଼ ପ୍ରସ୍ତାବ ହେଉଛି GST ଅଧିକାରୀଙ୍କ ଗିରଫ କ୍ଷମତା ହଟାଇବା । ବର୍ତ୍ତମାନ ଏକ କୋଟି ଟଙ୍କାରୁ ଅଧିକ ଟିକସ ଫାଙ୍କି, ଜାଲ୍ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ କିମ୍ବା ବେଆଇନ ରିଫଣ୍ଡ ସମ୍ପର୍କିତ ଗୁରୁତର ମାମଲାରେ କମିଶନରସ୍ତରୀୟ ଅନୁମତି ନେଇ GST ଅଧିକାରୀ ଗିରଫ କରିପାରୁଛନ୍ତି ।

ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଏହି କ୍ଷମତା ହଟିବ । ଏଥିସହ ଅପରାଧିକ ମାମଲା ଆରମ୍ଭ କରିବା ପାଇଁ ଟିକସ ସମ୍ପର୍କିତ ଅର୍ଥରାଶିର ସୀମାକୁ ଏକ କୋଟିରୁ ପାଞ୍ଚ କୋଟି ଟଙ୍କାକୁ ବଢ଼ାଇବା ପ୍ରସ୍ତାବ ରହିଛି । GST ଆଇନର ୯ଟି ଅପରାଧକୁ ଅପରାଧିକ ଦଣ୍ଡ ବ୍ୟବସ୍ଥାରୁ ବାଦ୍ ଦେବା ଓ ଅନ୍ୟ ୨୪ଟି ଅପରାଧ ସମ୍ପର୍କିତ ନିୟମକୁ କୋହଳ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆସିଛି । ନିର୍ଦ୍ଧାରିତ ସମୟରେ GST ରିଟର୍ଣ୍ଣ ଦାଖଲ ନକରିବା, ସାମଗ୍ରୀର ଟିକସ ବର୍ଗୀକରଣକୁ ନେଇ ବିବାଦ କିମ୍ବା ଅର୍ଥ ଅଭାବରୁ ଟିକସ ଜମାରେ ବିଳମ୍ବ ଭଳି ମାମଲାରେ ଟିକସ, ସୁଧ ଓ ନିର୍ଦ୍ଧାରିତ ଜରିମାନା ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରିହାତି ପାଇବାର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି ।

GST ନୋଟିସ୍ ପଠାଇବା କ୍ଷେତ୍ରରେ ମଧ୍ୟ ନୂଆ ନିୟମକୁ ମଞ୍ଜୁରି ମିଳିଛି। ୧୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ଟିକସ ଦାବି ପାଇଁ ଆଉ ନୋଟିସ୍ ଜାରି କରାଯିବ ନାହିଁ । ପୂର୍ବରୁ ଜାରି ହୋଇଥିବା ଏଭଳି ନୋଟିସ୍ କୁ ମଧ୍ୟ ପ୍ରତ୍ୟାହାର କରାଯିବ। ସାଧାରଣ ଜରିମାନାକୁ ୨୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ହ୍ରାସ କରିବା ପାଇଁ କାଉନସିଲ୍ ମଞ୍ଜୁରି ଦେଇଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ GST ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିବା, ଅନଲାଇନ୍ ବ୍ୟବସାୟୀଙ୍କୁ ସୁବିଧା ଦେବା ଏବଂ GST ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ରିଫଣ୍ଡ ଆବେଦନର ପ୍ରାପ୍ତିସ୍ୱୀକାର ପାଇଁ ସମୟସୀମା ୧୫ ଦିନରୁ ୧୦ ଦିନକୁ କମାଇବାକୁ ସୁପାରିସ କରାଯାଇଛି । ତେବେ ଏହି ବୈଠକରେ GST ଟିକସ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନୂଆ ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଟିକସ ବ୍ୟବସ୍ଥାକୁ ସରଳ କରିବା, ଛୋଟ ବ୍ୟବସାୟୀଙ୍କ ଉପରେ ଆଇନଗତ ଚାପ କମାଇବା ଏବଂ ବ୍ୟବସାୟ କରିବାକୁ ଅଧିକ ସହଜ କରିବା । ଆବଶ୍ୟକ ଆଇନଗତ ସଂଶୋଧନ ଓ ବିଜ୍ଞପ୍ତି ପରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

Tags: gstindia
ShareTweetShareSend
Sanchar Live

Sanchar Live

Next Post
ୟୁପିଆଇ ବ୍ୟବହାରକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଖୁସି ଖବର

ୟୁପିଆଇ ବ୍ୟବହାରକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଖୁସି ଖବର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଲିଫ୍ଟ ଭିତରେ କାହିଁକି ଲାଗେ ଆଇନା?
  • ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର
  • ମହିଳାଙ୍କୁ ଆତ୍ମନିର୍ଭର କରୁଛି ବେଦାନ୍ତ! ୧୦୦ରୁ ଅଧିକ ମହିଳାଙ୍କୁ ମିଳିଲା ନୂଆ ସୁଯୋଗ
  • ଲଘୁଚାପ ନେଇ ଏମିତି କହିଲା IMD
  • CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.