Saturday, October 10, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ

Sanchar Live by Sanchar Live
October 9, 2026
in ଭାରତ
0
CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ
0
SHARES
20
VIEWS
FacebookTwitter

CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ । ଏହାକୁ ନଜରରେ ରଖି ଆଜି ରାତି ୯ଟାରୁ ଦିଲ୍ଲୀ ମେଟ୍ରୋର ୫୭ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ ରହିବାକୁ ଦିଲ୍ଲୀ ପୋଲିସ ଡିଏମଆରସିକୁ ଚିଠି ଲେଖିଛି । ଫଳରେ କେନ୍ଦ୍ରୀୟ, ଦକ୍ଷିଣ, ଉତ୍ତର ଓ ପୂର୍ବ ଦିଲ୍ଲୀର ୫୭ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ପ୍ରଭାବିତ ହେବ । ରାଜୀବ ଚୌକ, କେନ୍ଦ୍ରୀୟ ସଚିବାଳୟ, ନୂଆଦିଲ୍ଲୀ, କାଶ୍ମୀର ଗେଟ୍, ମାଣ୍ଡି ହାଉସ୍, ଆଇଟିଓ ଓ ସୁପ୍ରିମକୋର୍ଟ ଭଳି ବ୍ୟସ୍ତବହୁଳ ଷ୍ଟେସନର ଗେଟ୍ ବନ୍ଦ ରହିପାରେ ।

ଖବର ଅନୁଯାୟୀ, କାଲି ସକାଳ ୪ଟାରୁ ଦିପହର ୨ ଟା ମଧ୍ୟରେ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ସମସ୍ତ ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଛି ରେଳବାଇ । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କଟକଣା ଜାରି ରହିବ । CJPର ଆନ୍ଦୋଳନକୁ ଅନୁମତି ଦିଆଯାଇନଥିବା ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ ବିକ୍ଷୋଭକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଲି ହଜାର ହଜାର ଲୋକ ଏକାଠି ହେବାର ଆଶଙ୍କା ରହିଛି ।

ଆନ୍ଦୋଳନକୁ ଅନେକ ବିରୋଧୀ ଦଳ ଓ ପ୍ରମୁଖ ଛାତ୍ର ସଂଗଠନ ସମର୍ଥନ କରୁଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଦ୍ୱାରା କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ କାଟିଦିଆଯାଇଥିବା ଅଭିଯୋଗ କରି CJP ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରୁଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିଲ୍ଲୀ ପୋଲିସ ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ଅନୁମତି ଦେଇନାହିଁ । BNSS ର ଧାରା ୧୬୩ ଲାଗୁ କରିଛି ।

CJP ର ସୂଚନା ଅନୁସାରେ, ଦିଲ୍ଲୀ ଆସୁଥିବା ପ୍ରାୟ ୧୦ ହଜାର କର୍ମୀ ଓ ଛାତ୍ରଙ୍କୁ ବିଭିନ୍ନ ରାଜ୍ୟର ପୋଲିସ ପୂର୍ବ ପ୍ରସ୍ତୁତି ସ୍ୱରୂପ ଅଟକ ରଖିଛି । ରାଜସ୍ଥାନ CJP ସହ-ପ୍ରଭାରୀ ଦୀପକ ବାଲିୟାନଙ୍କ ସମେତ ଅନେକ ବଡ଼ ନେତାଙ୍କୁ ଗିରଫ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ସୀମା ଓ ପ୍ରମୁଖ ସ୍ଥାନଗୁଡ଼ିକରେ ୨୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି ।

Tags: Cjpindiaprotest
ShareTweetShareSend
Sanchar Live

Sanchar Live

Next Post
ଲଘୁଚାପ ନେଇ ଏମିତି କହିଲା IMD

ଲଘୁଚାପ ନେଇ ଏମିତି କହିଲା IMD

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଲିଫ୍ଟ ଭିତରେ କାହିଁକି ଲାଗେ ଆଇନା?
  • ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର
  • ମହିଳାଙ୍କୁ ଆତ୍ମନିର୍ଭର କରୁଛି ବେଦାନ୍ତ! ୧୦୦ରୁ ଅଧିକ ମହିଳାଙ୍କୁ ମିଳିଲା ନୂଆ ସୁଯୋଗ
  • ଲଘୁଚାପ ନେଇ ଏମିତି କହିଲା IMD
  • CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.