ଆଜିର ଦିନରେ ଛୁଆଙ୍କୁ ମୋବାଇଲ୍ ଫୋନ୍, ଟ୍ୟାବ୍ ଓ ଟିଭି ସ୍କ୍ରିନ୍ ଠାରୁ ଦୂରେଇ ରଖିବା କୌଣସି ବଡ଼ ଆହ୍ଵାନ ଠାରୁ କମ୍ ନୁହେଁ । ଆପଣ ଯଦି ଛୁଆଙ୍କ ହାତରୁ ମୋବାଇଲ୍ ନେଇଯିବେ କିମ୍ବା ବନ୍ଦ କରିଦେବେ । ତାପରେ ସେମାନଙ୍କୁ ସମ୍ଭାଳିବା ମୁସ୍କିଲ୍ ହୋଇଯାଏ । କିଏ କାନ୍ଦେ ତ ଆଉ କିଏ ଜିଦ୍ ଧରି ବସେ ।
ଫଳରେ ଘରେ ଏକ ପ୍ରକାର ଅଶାନ୍ତି ସୃଷ୍ଟି ହୁଏ । ଅନେକ ସମୟରେ ଛୁଆକୁ ପୁଣି ଶାନ୍ତ କରିବାକୁ ବାପାମାଆ ଫୋନ୍ ଧରାଇ ଦେଇଥାନ୍ତି । କିନ୍ତୁ, ଛୁଆଙ୍କୁ ସବୁବେଳେ ମୋବାଇଲ୍ ଧରାଇ ଦେବା ଠିକ୍ ନୁହେଁ । ଯଦି ଆପଣ ବି ଛୁଆଙ୍କୁ ଗାଳି ନ କରି ମୋବାଇଲ୍ ସ୍କ୍ରିନ୍ ଟାଇମ୍ କମାଇବାକୁ ଚାହୁଁଛନ୍ତି । ତାହେଲେ ଆପଣାନ୍ତୁ ଏହି ସବୁ ଟିପ୍ସ ।
ସ୍କ୍ରିନ୍ ଟାଇମ୍ ପାଇଁ ଟାଇମ୍ ସେଟ୍ କରନ୍ତୁ
ଛୁଆ ସବୁବେଳେ ମୋବାଇଲ୍ ଧରିବାକୁ ଜିଦ୍ କରୁଥିଲେ ଏକ ସମୟ ବାଛନ୍ତୁ । ଯେମିତି ହୋମୱାର୍କ ସରିବା ପରେ କିମ୍ବା ଦିନ ସମୟରେ ଖାଇବାରେ କିଛି ସମୟ ମୋବାଇଲ୍ ଦେବେ । ଛୁଆଙ୍କୁ କେତେବେଳେ କେତେ ସମୟ ଲାଗି ଫୋନ୍ ଦେବେ ଜଣାଇଦେବା ଭଲ । ଫଳରେ ମୋବାଇଲ୍ କିମ୍ବା ଟିଭି ବନ୍ଦ କରିବା ସମୟରେ ଆଉ କିଛି ଲାଗିବ ନାହିଁ ।
