Service Charge ମନଇଚ୍ଛା ଯୋଡିଲେ, ଦେବାକୁ ହେବ ଜରିମାନା । ଆପଣ ରେଷ୍ଟୁରାଣ୍ଟ ଏବଂ ହୋଟେଲକୁ ଖାଇବାକୁ ଯାଉଥିଲେ ଆପଣଙ୍କ ପାଇଁ ଏଭଳି ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ । ରେଷ୍ଣୁରାଣ୍ଟ ଏବଂ ହୋଟେଲକୁ ଖାଇବାକୁ ଯାଉଥିଲେ ଆପଣଙ୍କ ବିନା ଅନୁମତିରେ Service Charge ଯୋଡୁଥିଲେ ଏବେ ହେବ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗ୍ରାହକଙ୍କ ବିଲ୍ ଉପରେ ସେବା ଶୁଳ୍କ ଆଦାୟ କରିବା ବିରୋଧରେ ରେଷ୍ଟୁରାଣ୍ଟଗୁଡ଼ିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ରେଷ୍ଟୁରାଣ୍ଟଗୁଡ଼ିକ ଏପରି କରି ଚାଲିବେ ସେମାନଙ୍କ ବିରୋଧରେ ଜରିମାନା ସମେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଦେଶର ୪୧ ରେଷ୍ଣୁରାଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସବୁ ରେଷ୍ଣୁରାଣ୍ଟରେ ଗ୍ରାହକ ସହମତି ବିନା ବିଲ୍ ରେ Service Charge ଯୋଡିବାର ଅଭିଯୋଗ ରହିଛି । ଏହି ବେଆଇନ ଅଭ୍ୟାସ ଜାରି ରଖିଥିବା ରେଷ୍ଟୁରାଣ୍ଟଗୁଡ଼ିକ କେବଳ ଭାରୀ ଜରିମାନା ଦେବାକୁ ହେବ । ଅନେକ ମାମଲାରେ ୫୦ ହଜାର ଯାଏଁ ଜରିମାନା ଲାଗିପାରେ ।
ଯଦି ସେବା ଶୁଳ୍କ କିମ୍ବା ସମାନ ଶୁଳ୍କ ଗ୍ରାହକଙ୍କ ବିଲରେ ସ୍ୱୟଂଚାଳିତ ଭାବରେ ଯୋଡାଯାଇଛି, ତେବେ ରେଷ୍ଟୁରାଣ୍ଟଗୁଡ଼ିକୁ ସେମାନଙ୍କର ବିଲିଂ ସଫ୍ଟୱେର୍ ପରିବର୍ତ୍ତନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କହିବା ପରେ ତାଙ୍କର ମନ୍ତବ୍ୟ ଆସିଛି । ସିସିପିଏ ସେବା ଶୁଳ୍କ ଆଦାୟ କରୁଥିବା ଅଭିଯୋଗ ଆଧାରରେ ଦେଶର ୪୧ଟି ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ସେବା ଶୁଳ୍କ ଆଦାୟକୁ ନିଷେଧ କରି ସିସିପିଏର ନିର୍ଦ୍ଦେଶାବଳୀକୁ ସମର୍ଥନ କରିଛନ୍ତି । କୋର୍ଟ ଗ୍ରାହକ ନିୟାମକଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି ।
ଏକ ସରକାରୀ ବିବୃତ୍ତି ଅନୁଯାୟୀ, ସିସିପିଏ ଚାୟୋସ୍ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଛି ଏବଂ ଅଭିଯୋଗକାରୀଙ୍କଠାରୁ ଆଦାୟ କରାଯାଇଥିବା ସେବା ଶୁଳ୍କ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଗ୍ରାହକ ସୁରକ୍ଷା ଆଇନ ୨୦୧୯ର ଧାରା ୨(୪୭) ଅନୁଯାୟୀ ବାଧ୍ୟତାମୂଳକ ସେବା ଶୁଳ୍କ ଆଦାୟ ଏକ ଅନୁଚିତ ବ୍ୟବସାୟିକ ଅଭ୍ୟାସ ।
ସିସିପିଏ ଅନୁସାରେ, ଅନେକ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ବିଲ୍ ରେ ୫% କିମ୍ବା ୧୦ % Service Charge ଆପେ ଆପେ ଯୋଡୁଛନ୍ତି । ଅନେକ ଗ୍ରାହକ ଏହାକୁ ଜିଏସଟି ଭାବି ଦେଉଛନ୍ତି । କିନ୍ତୁ ସର୍ଭିସ ଚାର୍ଜ ଏବଂ ଜିଏସଟି ଚାର୍ଜ ସଂପୂର୍ଣ୍ଣ ଅଲଗା ଅଲଗା ହୋଇଥାଏ । ତେଣରୁ କୌଣସି ଗ୍ରାହକଙ୍କ ବିନା ଅନୁମତିରେ ସର୍ଭିସ ଚାର୍ଜ ଲଗାଇବା ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଙ୍ଘନ । ଏହି କାରଣ ଯୋଗୁଁ ରେଷ୍ଣୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଯଦି ଆପଣଙ୍କ ଠାରୁ ବିନା ଅନୁମତିରେ କୌଣସି ରେଷ୍ଟୁରାଣ୍ଟ Service Charge ନେଉଥାଏ, ତେବେ ଆପଣ ଏହାର ଅଭିଯୋଗ କରିପାରିବେ । ଏଥିପାଇଁ ହେଲ୍ପଲାଇନ ନମ୍ବର ୧୯୧୫କୁ କଲ୍ କରିପାରିବେ କିମ୍ବା ଏନସିଏଚ୍ ୱେବସାଇଟ୍କୁ ଯାଇ ଅନଲାଇନ ଅଭିଯୋଗ କରିପାରିବେ । ଏହାଛଡା consumerhelpline.gov.in କୁ ଯାଇ ଅଭିଯୋଗ କରିପାରିବେ ।

