ସଂଚାର ବ୍ୟୁରୋ: ରାଜଧାନୀରେ ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ଘଟଣାରେ ନୂଆମୋଡ଼। ଦୁଷ୍କର୍ମ ପୀଡିତା HIV ପଜିଟିଭ। ପଶ୍ଚିମବଙ୍ଗରେ ମେଡ଼ିକାଲ ଟ୍ରିଟମେଣ୍ଟ ହେଉଥିବା ବେଳର ମିଳିଲା ରିପୋର୍ଟ। ଲକ୍ଷ୍ମୀସାଗରରେ ଚାଲିଥିବା ରଙ୍ଗଶାଳାକୁ ଯାଇଥିବା ପ୍ରାୟ ସମସ୍ତ ଗ୍ରାହକଙ୍କୁ HIV ବ୍ୟାପିଥିବା ସନ୍ଦେହ କରାଯାଉଛି। ସେଠାକୁ ନିୟମିତ ଆସୁଥିବା ଗ୍ରାହକଙ୍କ ଭିତରୁ ପ୍ରାୟ ୨୭ ଜଣ HIV ସଂକ୍ରମଣ ବ୍ୟାପିଥିବା ଜଣାପଡିଛି I କ୍ୟାପିଟାଲ ଥାନା ହାତରେ ଧରାପଡ଼ିଥିବା ଜଣେ ଅଭିଯୁକ୍ତ ପଜିଟିଭ ହେବା ପରେ ତନାଘନା ଆରମ୍ଭ ହୋଇଛି I ଆଉ ସେଠାକୁ ଯିବା ଆସିବା କରୁଥିବା ଗ୍ରାହକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେପଟେ ସେକ୍ସ ରାକେଟ କେସରେ ଝାରପଡା ଜେଲ ଯାଇଥିବା ଅଭିଯୁକ୍ତର ମଧ୍ୟ HIV ପରୀକ୍ଷା ହୋଇପାରେ। ଏହି ସଂଖ୍ୟା ବଢିବା ଆଶା ଥିବାରୁ ଜେଲରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି।

