ସଂଚାର ବ୍ୟୁରୋ: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଳିଛି । ବ୍ରହ୍ମପୁର ଏସ୍ପିଙ୍କ ନେତୃତ୍ଵରେ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି ।
ପୋଲିସ ବିକ୍ରମଙ୍କୁ ଉଠାଇ ନେବା ପରେ ବୈଦ୍ୟନାଥପୁର ଥାନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଶିବ ଶଙ୍କରଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରିଥିଲା । ବିଜେଡି ନେତା ମଦନ ଦଳାଇକୁ ମଧ୍ୟ ଉଠାଇ ନେଇଛି ବ୍ରହ୍ମପୁର ପୋଲିସ ।
ଏବେ ପୋଲିସ କବ୍ଜାରେ ଜଣେ ଛାତ୍ର ନେତା ଓ ସାର୍ପ ସୁଟର ଥାନାରେ ଅଟକ ଥିବା ସୂଚନା ମିଳିଛି । ରେକି କରିଥିବା ଦୁର୍ବୃତ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ବିଜେଡିର ଏକାଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ରାଜନୈତିକ ଶତ୍ରୁତାରୁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ଦୃଢ଼ ହୋଇଛି । ହେଲେ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

