ଭୁବନେଶ୍ବର AIIMS କର୍ମଚାରୀଙ୍କୁ ଗୁଳି ମାଡ଼ । ଡ୍ୟୁଟିକୁ ଆସିବା ବେଳେ ଗୋଡେଇ ଗୋଡେଇ ଗୁଳି କଲେ ଦୁବୃର୍ତ୍ତ । ମିଳିଥିବା ସୂଚନା ଅନୁସାରେ ୩ ରାଉଣ୍ଡ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ । ଗୁଳିମାଡରେ ଗୁରୁତର ହୋଇଥିଲେ ଲ୍ୟାବ ଆସିଷ୍ଟାଣ୍ଟ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ AIIMS ନିକଟସ୍ଥ ରଣସିଂହପୁରରେ ରୁହନ୍ତି AIIMS ହସ୍ପିଟାଲରେ କାର୍ଯ୍ୟରତ ଏହି ଲ୍ୟାବ ଆସିଷ୍ଟାଣ୍ଟ । ମୃତ ଯୁବକଙ୍କ ନାଁ ସୁଧାଂଶୁ ଖୁଣ୍ଟିଆ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କରିଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।

