ସଂଚାର ବ୍ୟୁରୋ: ନୟାଗଡ଼ ସ୍ବୟଂ ଶାସିତ କଲେଜରେ ଛାତ୍ର ଗୋଷ୍ଠୀକନ୍ଦଳ । ଛାତ୍ରଙ୍କୁ ଅପହରଣ ନେଇ କଲେଜ ପରିସରରେ କିଛି ଛାତ୍ର ଗୋଷ୍ଠୀ ଧାରଣା ଦେଇଛନ୍ତି । ଗତ କିଛିଦିନ ତଳେ ଯୁକ୍ତଦୁଇ ୨ୟ ବର୍ଷର ଛାତ୍ର ରଶ୍ମି ରଞ୍ଜନ ନାୟକଙ୍କୁ କିଛି ଛାତ୍ର ଗୋଷ୍ଠୀ ମାଡ ମାରିବ ସହ ଅପହରଣ କରିଥିଲେ । ବହୁ ଖୋଜାଖୋଜି କରିବା ପରେ ରଶ୍ମିଙ୍କୁ ଉଦ୍ଧାର କରାଯାଇଥିଲା । କିଛି ଛାତ୍ର ରଶ୍ମିଙ୍କୁ ନେଇ କଲେଜ ପରିସରରେ ଧାରଣା ବସିଥିଲେ । ଏହି ଘଟଣାକୁ କଲେଜ ଅଧ୍ୟକ୍ଷ ଶାନ୍ତି କମିଟିକୁ ହସ୍ତାନ୍ତର କରିଥିଲେ ହେଲେ ଏହାର ସମାଧାନ ବାହାରି ପାରିନଥିଲା । ଆଗାମୀ ଦିନରେ ଯଦି କଲେଜରେ ଏମିତି ଅବସ୍ଥା ହୁଏ ତେବେ ସବୁ ଦିନ ପାଇଁ କଲେଜ ବନ୍ଦ ରହିବ ବୋଲି ଧମକ ଦେଇଛନ୍ତି ଛାତ୍ରଗୋଷ୍ଠୀ ।