ସଂଚାର ବ୍ୟୁରୋ: ରାତି ଶୋଇଥିବା ବେଳେ ଦୋକାନ ଘରେ ଚଢ଼ିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତର ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଲକ୍ଷ୍ମୀ ପାତ୍ର। ରାୟଗଡା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଗୁମ୍ମା ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ରାତିରେ ଶୋଇଥିବା ବେଳେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଦୋକାନ ଉପରେ ମାଡିଯାଇଥିଲା। ଫଳରେ ଟ୍ରକ୍ ଭିତରେ ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଓ ଡ୍ରାଇଭର ଚାପି ହୋଇଯାଇଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଯାଏଁ ମୃତ ଶରୀର ଟ୍ରକ୍ ତଳେ ଚାପି ହୋଇ ରହିଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ଯପଟେ ଦୁଇ ଗୁରୁତର ଙ୍କ ମୁଣ୍ଡରେ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।