ସଂଚାର ବ୍ୟୁରୋ: ପାକିସ୍ତାନରେ ଚଳିତ ବର୍ଷ ଏସସିଓ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅକ୍ଟୋବର ୧୫-୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ପଡୋଶୀ ଦେଶ ପାକିସ୍ତାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯିବାର ସମ୍ଭାବନା ନାହିଁ ବୋଲି ଜଣାପଡିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସେଠାକୁ ଯିବେ ନା ଅନ୍ୟ କେହି ବୈଠକରେ ଅଂଶଗ୍ରହଣ କରିବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ।
ସୂଚନାଥାଉକି, ଜୁଲାଇ ୩-୪ରେ କାଜାଖସ୍ତାନରେ ଏସସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇ ନଥିଲେ । ତାଙ୍କ ସ୍ଥାନରେ ସେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସେଠାରେ ଉପସ୍ଥିତ ଥିଲେ । ତେବେ ମୋଦୀ ଶେଷ ଥର ପାଇଁ ୨୦୧୫ ରେ ପାକିସ୍ତାନ ଗସ୍ତ କରିଥିଲେ ।