ସଂଚାର ବ୍ୟୁରୋ: କଳାହାଣ୍ଡି ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ କ୍ରସରରୁ ୬.୫ କ୍ୟୁଣ୍ଟାଲ ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ । ଏସପିଙ୍କ ନିର୍ଦ୍ଦେଶ ପରେ ସମସ୍ତ ବିସ୍ଫୋରକକୁ ଜବତ କରିଛି କଳାହାଣ୍ଡି ପୋଲିସ। ଗୋଟିଏ ଟ୍ରକ ଆଉ ଗୋଟିଏ ପିକପ ଭ୍ୟାନରେ ଲାଖବାହାଳି କ୍ରସରକୁ ବେଆଇନ ଭାବେ ବିସ୍ଫୋରକ ଆସିଥିଲା । ଏ ନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି । ଉକ୍ତ ବିସ୍ଫୋରକ କଳିଙ୍ଗ ଏଣ୍ଡ କମ୍ପାନୀର ମାଲିକ ଅନୁପ କୁମାର ଅଗ୍ରୱାଲ ଓ ଦୀପକ ଚାନ୍ଦ ଜୈନ ନାମକ କଣ୍ଟାବାଞ୍ଜିରୁ ଯୋଗାଣ କରିଥିଲେ। ତେବେ ସେ କିପରି ଏତେ ପରିମାଣରେ ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠି କୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବିସ୍ପୋରକ ଷ୍ଟକ ରଖିବା ପାଇଁ କ୍ରସର ମାଲିକଙ୍କ ପାଖରେ ଲାଇସେନ୍ସ ନଥିବା ବେଳେ କେମିତି ଏତେ ପରିମାଣର ବିସ୍ଫୋରକ ଗଛିତ ରଖିଥିଲେ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କଳାହାଣ୍ଡି ପୋଲିସ୍ ।