ସଂଚାର ବ୍ୟୁରୋ: ମହିଳା ବିରୋଧରେ ଅପରାଧ ଘଟାଉଥିବା ବ୍ଯକ୍ତିଙ୍କୁ ଛଡାଯିବ ନାହିଁ। ସେମାନଙ୍କୁ କଠୋର ହସ୍ତରେ ଦମନ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କୋଲକାତା ଦୁଷ୍କର୍ମ ଓ ହତ୍ଯା, ବଦଲାପୁର ଯୌନ ନିର୍ଯାତନା ଓ ଆସାମ ଦୁଷ୍କର୍ମ ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି। ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ ଅକ୍ଷମଣୀୟ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବାର୍ଷିକ ୧ ଲକ୍ଷ ଟଙ୍କା ଆୟ କରୁଥିବା ଏସଏଚଜି ସଦସ୍ଯାଙ୍କ ସହ ଆଲୋଚନା କରିଥିଲେ। ଏହା ସହ ୧୧ ଜଣ ନୂଆ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଥିଲେ। ୨ ଲକ୍ଷ ୩୫ ହଜାର ଏସଏଚଜିର ୨୫ ଲକ୍ଷ ୮ ହଜାର ସଦସ୍ଯଙ୍କ ଲାଗି ୫ ହଜାର କୋଟି ଟଙ୍କା ବ୍ଯାଙ୍କ ଋଣ ପ୍ରଦାନ କରିଥିଲେ ମୋଦି। ଲକ୍ଷପତି ଯୋଜନାର ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧ ରୋଚି ମହିଳା ଏହି ଯୋଜନାରେ ସାମିଲ ହୋଇଥିବାବେଳେ ମୋଟ ୩ କୋଟି ମହିଳାଙ୍କୁ ସାମିଲ ଲକ୍ଷ୍ଯ ରଖାଯାଇଛି।