ସଂଚାର ବ୍ୟୁରୋ: ପୁରୀ ବଡ଼ ମେଡିକାଲରେ କୁତ୍ରିମ ବନ୍ୟା । ଆଜି କିଛି ସମୟର ବର୍ଷାରେ ଡାକ୍ତର ଖାନାରେ ପଶିଛି ପାଣି । ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଖାନାର କର୍ମଚାରୀ ପାଣିରେ ଯିବାଆସିବା କରିଥିଲେ । ପୂର୍ବରୁ ଅନେକ ଥର ଏପରି ସମସ୍ୟା ଦେଖାଯାଇଥିଲେ ବି ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଆଗକୁ ରଥଯାତ୍ରା ଥିବାବେଳେ ବଡ଼ ଡାକ୍ତରଖାନାର ଏପରି ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।